କନକ ବ୍ୟୁରୋ: ପିଏମ୍ କେୟାର ଫଣ୍ଡକୁ ୩୫ ହଜାର ଟଙ୍କା ଦାନ ସହ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କଲେ ମିଳିବ ଜାମିନ୍ । ଝାଡଖଣ୍ଡ ହାଇକୋର୍ଟ ଜଜଙ୍କ ଏପିର ଜାମିନ୍ ସର୍ତକୁ ନେଇ ଜୋରଦାର ଚର୍ଚା ହେଉଛି । ଜଣେ ପୂର୍ବତନ ସାଂସଦ ସୋମ୍ ମାରାଣ୍ଡି ଓ ତାଙ୍କ ୫ ସହଯୋଗୀଙ୍କୁ ଜାମିନ୍ ଦେବାକୁ ଏପରି ଅଜବ ସର୍ତ ରଖିଥିଲେ ବିଚାରପତି ଜଷ୍ଟିସ୍ ଅନୁଭା ରାୱତ ଚୌଧୁରୀ ।
ଦେଶରେ କରୋନା ମହାମାରୀକୁ ମୁକାବିଲା କରିବାକୁ ଏବେ ପିଏମ୍ କେୟାର ଫଣ୍ଡକୁ ଦାନ କରିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ସରକାର । ଏପରି ସ୍ଥିତିରେ ଜଣେ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିବାକୁ ପିଏମ୍ କେୟାର ଫଣ୍ଡକୁ ଦାନ କରିବାକୁ ହାଇକୋର୍ଟ ଜଜ୍ ସର୍ତ ରଖିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଝାଡଖଣ୍ଡ ହାଇକୋର୍ଟ ବିଚାରପତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ ପାଇଁ ସର୍ତ ନରଖି କାହିଁକି ପିଏମ୍ କେୟାର ଫଣ୍ଡକୁ ଦାନ ପାଇଁ କହିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/JAMIN.jpg)