ଅଡୁଆରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନଙ୍କ ସହ ସମ୍ପର୍କୀୟଙ୍କ ସମ୍ପତ୍ତିର ହେବ କଡା ଯାଞ୍ଚ ।

275

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ସମସ୍ୟା ଭିତରେ । କେବଳ ମୁକ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ସମସ୍ତ ସମ୍ପର୍କୀୟଙ୍କ ସମ୍ପତ୍ତିର ମଧ୍ୟ ଯାଞ୍ଚ କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ନିର୍ଦ୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ । ମନି ଲଣ୍ଡ୍ରିଙ୍ଗ ମାମଲାରେ ସୋରେନଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଦାଖଲ ହୋଇଥିବା ପିଟିସନ୍ ଉପରେ ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ।

ହାଇକୋର୍ଟ ଶୁଣାଣି କରି ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ୍, ବସନ୍ତ ସୋରେନ୍, ରବି କେଜ୍ରିୱାଲ ଓ ଅମିତ ଅଗ୍ରୱାଲଙ୍କ ସହ ମୋଟ ୧୩ ଜଣଙ୍କ ସମ୍ପତ୍ତିର ଖୋଳତାଡ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ରେଜିଷ୍ଟାର ଅଫ୍ କମ୍ପାନୀଜ୍ ଓ ଇଡି ମିଳିତ ଭାବେ ଯାଞ୍ଚ କରିବେ । ସୂଚନା ମୁତାବକ, ରେଜିଷ୍ଟାର ଅଫ୍ କମ୍ପାନୀଜ୍ ଏହି ମାମଲାରେ ସାମିଲ ୩୦୦ରୁ ଅଧିକ କମ୍ପାନୀର ବୈଧତାକୁ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ ।ଝାଡଖଣ୍ଡ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ସୋରେନ୍ ପରିବାର ଏବେ ଚିନ୍ତାରେ ।