କନକ ବ୍ୟୁରୋ: ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଉତ୍ସବରୁ ଫେରୁଥିବା ବେକଳେ ଶୁକ୍ରବାର ରାତିରେ ଗୋଟାଏ କାର୍ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ଖାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ଆଉ ୫ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ଗିରିଡିହିର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଉପରୋକ୍ତ ଅତିଥିମାନେ ଗୋଟାଏ ସ୍କର୍ପିଓ କାର୍ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା। ଧକ୍କାର ଏତେ ଭୟଙ୍କର ଥିଲା ଯେ, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/4-23.jpg)