ଝାଡଖଣ୍ଡରେ ସବୁଠୁ ବଡ ସାଇବର ଠକେଇ ! ଚୁଟକିରେ ଚଳୁ ହୋଇଗଲା ୧୦ କୋଟି ଟଙ୍କା

ଝାଡଖଣ୍ଡର ସବୁଠୁ ବଡ ସାଇବର ଠକେଇ

266

କନକ ବ୍ୟୁରୋ : ଆଜିକାଲି ସାଇବର ଠକେଇକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । କୋଉଠି ମୋବାଇଲରେ ଫ୍ରି ଡାଟା ଦେବା କଥା କହି ଠକୁଛନ୍ତି ଆଉ କେଉଁଠି ହ୍ୱାଟ୍ସଆପ୍ ଏବଂ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି । ସେହିଭଳି ଝାଡଖଣ୍ଡରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଝାଡଖଣ୍ଡର ସବୁଠୁ ବଡ ସାଇବର ଠକେଇ ବୋଲି ଜଣାପଡୁଛି ।
ସୂଚନା ମୁତାବକ, ଝାରଖଣ୍ଡର ରୁପୟା ଜିଲ୍ଲାରେ ଏକ ବ୍ୟାରେଜ୍ ନିର୍ମାଣ ଚାଲିଛି । ନଈ ପାଖରେ ବାସକରୁଥିବା ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଉଛି । ତେଣୁ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଆସିଥିଲା ୧୦ କୋଟି ଟଙ୍କା । କିନ୍ତୁ ଲୋକଙ୍କ ହାତରେ ଟଙ୍କା ପହଞ୍ଚିବା ପୂର୍ବରୁ ସବୁ ଟଙ୍କାକୁ ଚଳୁ କରିଦେଲା ସାଇବର ଠକ ।
ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର ୧୦ କୋଟି ଟଙ୍କା ଦେଇଥିଲେ, କିନ୍ତୁ ଏହି ଟଙ୍କା ଲୋକଙ୍କ ପାଖରେ ପହଞ୍ଚିପାରିଲାନି । ପ୍ରକ୍ରୁତରେ ଟଙ୍କା କୁଆଡେଗଲା? କର୍ମୀଙ୍କ ସହଭାଗିତାରେ ଟଙ୍କା ଚଳୁ ହୋଇଯାଇନି ତ’? ନା ସତରେ ସାଇବର ଠକ ଟଙ୍କା ଠକିନେଇଛନ୍ତି । ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରୁଥିବା ବେଳେ ସ୍ଥାନିୟ ବିଧାୟକ ଏକ ବୈଠକ କରି କହଛନ୍ତି, ଏହା ଗରିବ ଚାଷୀଙ୍କ ପଇସା ଥିଲା, ଏହି ୧୦ କୋଟି ଟଙ୍କା କିଏ ଉଡାଇନେଇଛି ତାହା ଏଯାଏଁ ଜଣାପଡିନାହିଁ ।
ତେବେ ଝାଡଖଣ୍ଡରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ସାଇବର ଠକଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । କେତେବେଳେ ଯେ କାହା ଆକାଉଣ୍ଟ ଖାଲି ହୋଇଯିବ ତାହା କେହି କହିପାରିବେନି ।