କନକ ବ୍ୟୁରୋ: ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନ୍ଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନ୍ଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଗତକାଲି ଦୀର୍ଘ ଘଂଟାର ପଚରା ଉଚୁରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ । ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫଦାରି ବିରୋଧରେ ହାଇକୋର୍ଟ ଯାଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ବଡ ଝଟ୍କା ଲାଗିଛି । ଜରୁରୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ । ଏଥିପାଇଁ ଆସନ୍ତାକାଲି ଶୁଣାଣି ହେବ । ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଆବଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଇ ହୋଇପାରେ ।