ନୀଳଗିରିରେ ଆତଙ୍କ ଖେଳାଉଛନ୍ତି ଝାଡଖଣ୍ଡୀ ହାତୀପଲ । ସେପଟେ ହାତୀଠୁ ନିଜ ଜୀବନକୁ ବଚାଂଇବା ପାଇଁ ହୋମ ପାଇପରେ ପଶିଗଲେ ଯୁବକ

Advertisment
ନୀଳଗିରିରେ ଆତଙ୍କ ଖେଳାଉଛନ୍ତି ଝାଡଖଣ୍ଡୀ ହାତୀପଲ । ସେପଟେ ହାତୀଠୁ ନିଜ ଜୀବନକୁ ବଚାଂଇବା ପାଇଁ ହୋମ ପାଇପରେ ପଶିଗଲେ ଯୁବକ

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରେ ପଶି ଆତଙ୍କ ଖେଳାଇ ଦେଇଥିବା ୪୦ ଝାଡ଼ଖଣ୍ଡି ହାତୀ ଗତ ରାତିରେ ଶୁଖିଲାଖାଳିରୁ ବାହାରି ଜାତୀୟ ରାଜପଥ, ସୁବର୍ଣ୍ଣରେଖା କେନାଲ, ରେଳ ଧାରଣା ଟପି ଶେଷରେ ଦଲକି ରିଜର୍ଭରେ ପହଞ୍ଚିଛନ୍ତି। ଏବେ ହାତୀପଲ ନୀଳଗିରି ମୁହାଁ ହୋଇଥିବା ଜଣାପଡ଼ିଛି। ତେବେ ଏହି ହାତୀପଲ ଗତକାଲି ସର୍ବଣା ସ୍କୁଲ ପାଖ ଦେଇ ଦଲକୀ ରିଜର୍ଭକୁ ଯାଉଥିବା ବେଳେ କର୍ଣ୍ଣ ଦେହୁରୀ ନାମକ ଜଣେ ଯୁବକ ହାତୀ ହାବୁଡ଼ରେ ପଡ଼ିଥିଲେ। ସେ ଜୀବନ ବିକଳରେ ନିକଟରେ ଥିବା ଏକ ହୋମ୍ ପାଇପ୍ ମଧ୍ୟରେ ପଶି ଯାଇଥିଲେ। ତେବେ ହାତୀପଲ ଏହି ହୋମ୍ ପାଇପରେ ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଜଗି ରହିଥିଲେ। ଖବର ପାଇ ବନ କର୍ମଚାରୀମାନେ ଆସି ହାତୀ ଘଉଡାଇ ତାଙ୍କୁ ଉଦ୍ଧାର କରିଛନ୍ତି।

publive-imageସେପଟେ ସବୁ ବର୍ଷ ପରି ହାତୀପଲ ନଡପୁର ରିଜର୍ଭ ନିକଟରେ ଧାନ ଫସଲ ନଷ୍ଟ କରୁଥିବାରୁ ଏଥର ନଡପୁର ଅଞ୍ଚଳର କିଛି ଚାଷୀ ଘଉଡ଼ାଇବା ପାଇଁ ଆଗତୁରା ତାର ବାଡ ବସାଇବା ସହ ସେଥିରେ ନିଆଁ ପେଣ୍ଡୁଳା ଖଞ୍ଜୁ ଥିବାର ଦେଖିବାକୁ ମିଳିଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବନରକ୍ଷୀ ପଦ୍ମାବତୀ ବେହେରା, ସାଇସ୍ମିତା ସେନାପତି, ରଞ୍ଜୁଲତା ପାତ୍ର, ଜୟନ୍ତୀ ପୃଷ୍ଟି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତାର ଜବତ୍ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ତେବେ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ସବୁ ବର୍ଷ ହାତୀ ସେମାନଙ୍କ ଫସଲ ନଷ୍ଟ କରୁଛି ହେଲେ ବନ ବିଭାଗ ଓ ରାଜ୍ୟ ସରକାର କ୍ଷତି ପୂରଣ ଦେଉ ନାହାନ୍ତି। ତେଣୁ ହାତୀ ଯେପରି ଏଥର ଫସଲ ନଷ୍ଟ କରି ନପାରିବ ସେନେଇ ସେମାନେ ଉଦ୍ୟମ କରୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe