ପରିବା ବିକ୍ରି କରୁଥିଲେ ପୁଲୱାମା ସହିଦ ଯବାନଙ୍କ ପତ୍ନୀ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ତୁରନ୍ତ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ।

Advertisment
ପରିବା ବିକ୍ରି କରୁଥିଲେ ପୁଲୱାମା ସହିଦ ଯବାନଙ୍କ ପତ୍ନୀ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ତୁରନ୍ତ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ ।

ଗତକାଲି ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି। ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ସମୟରେ ସହିଦଙ୍କ ପରିବାରକୁ ଅନେକ ଆଡୁ ସାହାଯ୍ୟ ଓ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ଏହି ଘଟଣାକୁ ବର୍ଷେ ପୂରିଥିଲେ ହେଁ ଝାଡ଼ଖଣ୍ଡର ସିମଡେଗାରୁ ଏକ ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଦେଶର ସହିଦଙ୍କ ପରିବାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ବସବାସ କରୁଥିବା ବିଜୟ ସୋରେନ୍ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ। ବିଜୟ ସହିଦ ହେବା ପରେ ତାଙ୍କ ପରିବାର ପୂରାପୂରି ଭାଙ୍ଗି ପଡ଼ିଥିଲା। ବିଜୟଙ୍କ ପତ୍ନୀ ବିମଳା ଦେବୀ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରିବା ପାଇଁ କିଛି ଉପାୟ ନପାଇ ପରିବା ବିକ୍ରି କରିବା ଆରମ୍ଭ କରିଥିଲେ।

ପରିବା ବିକ୍ରି କରୁଥିବା ସମୟରେ ଶୁକ୍ରବାର ବିମଳାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସହିଦ ପତ୍ନୀଙ୍କ ଏହି ଫଟୋକୁ ଜଣେ ଟୁଇଟର ବ୍ୟବହାରକାରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟ୍ୟାଗ କରି ଟୁଇଟ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ସିମଡେଗା ଜିଲ୍ଲା ପ୍ରଶାସନଙ୍କୁ ତତ୍କାଳ ସହିଦ ପରିବାରଙ୍କୁ ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ସିମଡେଗାର ଡେପୁଟି କିମଶନରଙ୍କୁ ଟ୍ୟାଗ କରି କହିଥିଲେ, ‘ସହିଦ ଯବାନ ଦେଶ ପାଇଁ ଅନେକ ଗୁରୁତ୍ୱ ରଖି ଥାଆନ୍ତି। ଦୟାକରି ଯଥା ସମ୍ଭବ ସେମାନଙ୍କ ପରିବାରକୁ ଜରୁରୀ ସମସ୍ତ ସରକାରୀ ଯୋଜନାର ସୁବିଧା ପହଞ୍ଚାଯାଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe