ଝାଡ଼ଖଣ୍ଡ : ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟିଂ ଚାଲିଥିବାବେଳେ ନକ୍ସଲ ଆକ୍ରମଣ, ଗୁମଲାରେ ନକ୍ସଲ ଉଡାଇଲେ ପୋଲ ।

154

ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ ଟାରୁ ଜାରି ରହିଛି ୧୩ ଟି ଆସନ ପାଇଁ ମତଦାନ । ରାଜ୍ୟର ୬ଟି ଜିଲ୍ଲାରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ । ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା । ନିର୍ଦ୍ଧାରିତ ହେବ ମୈଦାନରେ ଥିବା ୧୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ କଡାକଡି କରାଯାଇଛି ।

ତେବେ ବର୍ତ୍ତମାନ ତାଜା ସୂଚନା ଅନୁସାରେ ଝାଡ଼ଖଣ୍ଡରେ ମତଦାନ ଚାଲିଥିଲା ବେଳେ ଗୁମଲା ଜିଲ୍ଲା ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ନକ୍ସଲ୍ ଗୋଟିଏ ପୋଲକୁ ବୋମାରେ ଉଡାଇ ଦେଇଛନ୍ତି । ବିଷ୍ଣୁପୁର ବିଧାନସଭା କ୍ଷେତ୍ରରେ ମତଦାନ ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି ନକ୍ସଲ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କାହାର ଜୀବନହାନି ଘଟିନଥିବା ଖବର ଆସିନାହିଁ । ବିସ୍ଫୋରଣ କାରଣରୁ ଭୋଟିଂ କାମରେ କୌଣସି ବ୍ୟାଘାତ ସୃଷ୍ଟି ହୋଇନାହିଁ । ପୋଲିସ୍ ଉକ୍ତ ଅଞ୍ଚଳରେ କମ୍ବିଙ୍ଗ୍ ଅପରେସନ୍ ଆରମ୍ଭ କରିଛି ।