ଝାଡଖଣ୍ଡରେ ମତଦାନ ଜାରି : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି, କଡା ସୁରକ୍ଷା ମଧ୍ୟରେ ୨୦ ଟି ଆସନ ପାଇଁ ମତଦାନ ।

119

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୨ୟ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟା ଯାଏ ଚାଲିବ । କେବଳ ଜମସେଦପୁର ପୂର୍ବ ଓ ଜମସେଦପୁର ପଶ୍ଚିମରେ ଦିନ ୩ଟା ଯାଏଁ ଚାଲିବ । ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଦିନେଶ ଅର୍ଣ୍ଣବ, ସରୟୁ ରାୟ, ବିଜେପି ପ୍ରଦେଶ ଅଧକ୍ଷ ଲକ୍ଷ୍ମଣ ଗିଲୁଆ, ରାଜ୍ୟଗ୍ରାମୀଣ ବିକାଶ ଓ ସଂସଦୀୟ ମନ୍ତ୍ରୀ ଏବଂ ୨୬୦ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ରଘୁବର ଜମସେଦପୁର ପୂର୍ବ ଆସନ ମଧ୍ୟ ସାମିଲ ଅଛି । ତାଙ୍କ ବିପକ୍ଷରେ ସରୟୁ ରାୟ ନିର୍ବାଚନ ପଡିଆରେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଫେସର ଗୌରବ ବଲ୍ଲଭ ମଧ୍ୟ ଲଢୁଛନ୍ତି । ସେଠାରେ ତ୍ରୀମୁଖୀ ଲଢେଇ ହେବାର ସମ୍ଭାବନା ଅଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯ ର ୨ୟ ମତଦାନରେ ୪୮,୨୫,୦୩୮ ମତଦାତା ମତଦାନ କରିବେ ।

ଏହା ରାଜ୍ୟର ଏମିତି ସିଟ ଯେଉଁଠି ପ୍ରଥମଥର କ୍ୟୁଆର୍ କୋଡ ଭୋଟର ସ୍ଲିପ ଓ ବୁଥ୍ ଆପ୍ ବ୍ୟବହାର କରାଯିବ । ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଦିନେଶ ଅର୍ଣ୍ଣବଙ୍କ ସହ ଜେଏମଏମ ପ୍ରାର୍ଥୀ ଜିଘା ଶୁସରନ ସାମ୍ନା କରିବେ । ସେହି ଆସନରେ ଦିନେଶ ଅର୍ଣ୍ଣବ ୨୦୧୪ରେ ବିଜୟୀ ହୋଇଥିଲେ । ସୂଚନା ଅନୁଯାୟୀ, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ର ଗୁଡିକରେ ପୁଲିସ ମୁତୟନ କରଯାଇଛି । ପୁଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବାବସ୍ଥା ମଧ୍ୟ କଡାକଡି କରାଯାଇଛି । ନକ୍ସଲ ପ୍ରଭାବିତ ସ୍ଥାନ ଗୁଡିକରେ ଅଧିକ ନଜର ରଖାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୨ୟ ପର୍ୟ୍ୟାୟରେ ଚିନ୍ତାର ବିଷୟ ଏହା ଯେ, ନକ୍ସଲ ହିଂସା ସ୍ଥାନ ମଧ୍ୟରେ ୯୪୯ ବୁଥ ଥିବା ବେଳେ ୭୬୨ ଅଧିକ ସମ୍ବେଦନଶୀଳ ସ୍ଥାନ ରହିଛି । ସୂଚନା ମୁତାବକ ଝାଡଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ୫ଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ । ଡିସେମ୍ବର ୨୦ରେ ଶେଷ ମତଦାନ ହେବ ଏବଂ ଡିସେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ ।