ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ଏହି ୧୩ଟି ଆସନ ପାଇଁ ୧୭୯ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର୍ । ଏମାନଙ୍କ ମଧ୍ୟରେ ମହିଳା ଭୋଟର ଅଛନ୍ତି ୧୮ ଲକ୍ଷ ୧ ହଜାର ୩୫୬ । ଏଥିରେ ଥିବା ନୂଆ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୫ ହଜାର ୮୨୨ । ପ୍ରଥମ ପର୍ଯ୍ୟାୟର ମୋଟ୍ ୧୩ଟି ଆସନ ମଧ୍ୟରୁ ସର୍ବାଧିକ ଭୋଟର ଅଛନ୍ତି ଭବନାଥପୁରରେ । ଏଠାରେ ଭୋଟର ସଂଖ୍ୟା ୩ ଲକ୍ଷ ୭୮ ହଜାର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀମାନେ ଗତ ନଭେମ୍ବର ୧୩ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ପ୍ରାର୍ଥୀପତ୍ରକୁ ନଭେମ୍ବର ୧୪ ତାରିଖରେ ଯାଞ୍ଚ କରାଯାଇଥିଲା। ଏହାପରେ ୧୬ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ଦଳ ଗୁରୁବାର ନିଜର ପ୍ରଚାର ଶେଷ କରିଛନ୍ତି । /kanak/media/post_attachments/wp-content/uploads/2019/11/d138313d89d77c225c367bf5ba7ef616-300x225.jpg)
ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିଜ ପ୍ରଚାର ଶେଷ କରିଛନ୍ତି । ରାଜ୍ୟରେ ବିଜେପି ମୁଖ୍ୟତଃ ନକ୍ସଲ ସମସ୍ୟା, ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ଓ ଦେଶରେ ରାମ ମନ୍ଦିର ନିର୍ମାଣ ଆଦି ବିଷୟକୁ ପ୍ରସଙ୍ଗ କରିଛି। ରାଜ୍ୟରେ ଏଥର ବିଜେପି ମିଶନ ୬୫+ ର ଡାକରା ଦେଇଛି । ଅନ୍ୟପଟେ ବିଜେପିର ବିଜୟକୁ ବ୍ରେକ୍ ଦେବା ପାଇଁ ଏକାଠି ହୋଇଛନ୍ତି ତିନି ଦଳ। ଏଥର ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ଏକାକି ହୋଇ ଲଢୁଥିବାବେଳେ ବିପକ୍ଷରେ ଏକାଠି ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମେଣ୍ଟ। ବିଜେପି ବିରୋଧୀ ମେଣ୍ଟଗୁଡ଼ିକ ଏଥର ଆଦିବାସୀ ଭୋଟରଙ୍କ ଭୋଟ ପାଇବା ପାଇଁ ରାଜ୍ୟରେ ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର କରିଛନ୍ତି। ଝାଡ଼ଖଣ୍ଡରେ ଏବେ ପଛୁଆ ବର୍ଗଙ୍କୁ ୧୪ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ନିର୍ବାଚନ ଜିତିଲେ ଏହାକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ କହିଛି ବିଜେପି ବିରୋଧୀ ମେଣ୍ଟ। ୨୦୧୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ୍ ୮୧ ଟି ବିଧାନସଭା ଆସନରୁ ବିଜେପି ୩୭ଟି ଆସନରେ ବିଜୟୀ ହୋଇଥିଲା। ଏହାପରେ ଏଜେଏସୟୁର ପାଞ୍ଚ ଜଣ ବିଧାୟକଙ୍କ ସହ ମିଶି ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା। ତେବେ ଝାଡ଼ଖଣ୍ଡରେ ପୁଣିଥରେ ବିଜେପି ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/parliamentary-parliamentary-parliamentary-parliamentary-photojournalist-constituency-parliamentary_5648e248-115c-11ea-a64f-e20fcd3bbcc8.jpg)