କନକ ବ୍ୟୁରୋ: କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ । ଦୁଇଟି ବାଇକ ସହ ଚାରି ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ । ସୂଚନା ଅନୁସାରେ, ଅଭିଯୁକ୍ତ ୧୭୬ଟି କଇଁଛକୁ ବେଆଇନ୍ ଭାବେ ଚୋରା ଚାଲାଣ କରୁଥିଲେ । କଳାହାଣ୍ଡି ଜିଲ୍ଲା ଗତମୁଣ୍ଡାରୁ ଉମରକୋଟ ଅଂଚଳକୁ ଚାଲାଣ କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ଝରିଗାଁ ବନ ବିଭାଗ । ବନାଂଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ୍ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି ୧୭୬ ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛଗୁଡିକୁ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି । ଚୋରାଚାଲାଣ କରୁଥିବା ଚାରିଜଣକୁ ଗିରଫ କରାଯାଇଛି ।
ଚୋରା କଇଁଛ ଚାଲାଣ ବେଳେ ମାଡି଼ ବସିଲା ବନ ବିଭାଗ । ୧୭୬ କଇଁଛ ଉଦ୍ଧାର ୪ ଅଭିଯୁକ୍ତ ଗିରଫ ।
/kanak/media/post_attachments/wp-content/uploads/2024/06/18-12.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)