ଝରିଗାଁରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ବିଜୟୀ । ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ଶିରିପା ପିନ୍ଧିଲେ ପ୍ରକାଶ

204

କନକ ବ୍ୟୁରୋ: ନବରଙ୍ଗପୁର ବିଧାନସଭା ଆସନ ହାତେଇବା ପରେ ବିଜେଡି ଖାତାକୁ ଗଲା ଗଲା ପୁଣି ଏକ ବିଧାନସଭା କ୍ଷେତ୍ର ।  ଝରିଗାଁ ବିଧାନସଭା ଅକ୍ତିଆର କରିଛି ବିଜୁ ଜନତା ଦଳ । ଝରିଗାଁ ବାସୀଙ୍କ ବିଶ୍ୱାସ ଭାଜନ ହୋଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ । ସୂଚନା ମୁତାବକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମାଝୀ ବିଜେପି ପ୍ରାର୍ଥୀ  ପର୍ଶୁରାମ ମାଝୀଙ୍କୁ ହରାଇ ବିଜୟୀ ଶିରିପା ପିନ୍ଧିଛନ୍ତି ।

ବିଜେଡି ଖାତାକୁ ଗଲା ନବରଙ୍ଗପୁର ବିଧାନସଭା ଆସନ । ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର । ଜିଲ୍ଲାପାଳଙ୍କ ସୂଚନା ମୁତାବକ ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀଙ୍କୁ ୭ ହଜାର ୭୬ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ।