ନାଟକର ନାଁ ‘ଝରାଫୁଲ’ । ଚର୍ଚ୍ଚାରେ ଥିବା ଝରାଫୁଲଙ୍କ କାହାଣୀ ଏବେ କାଳ୍ପନିକ ଭାବେ ଦେଖିବେ ଦର୍ଶକ ।

310

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେ ଚର୍ଚ୍ଚାରେ । ଏହି ମୃତ୍ୟୁର ରହସ୍ୟ ଏବେ ବି ରହସ୍ୟ ଘେରରେ । ଏହି ସମୟରେ ପ୍ରସ୍ତୁତ ହେଉଛି ଯାତ୍ରାନାଟକ ଝରାଫୁଲ । ଭୁବନେଶ୍ୱର ଉପକଣ୍ଠ ଏହାର ଚାଲିଛି ରିହର୍ସଲ । କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି । ଯାତ୍ରା ଇନ୍ଦ୍ରଭୁବନ ଏହି ଯାତ୍ରା ପ୍ରସ୍ତୁତ କରୁଛି । ବାସ୍ତବ କାହାଣୀରୁ ଏହି ଯାତ୍ରା ପରିକଳ୍ପିତ ହୋଇଛି । କାହାଣୀର ରଚନା ଲିଲି ଦାସ କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲିଟଲ ମାଷ୍ଟର ବିନୋଦ ରାଉତ ।

ତେବେ ନାଟକଟି ନାରୀ ହିଂସା, ନିର୍ଯାତନାର ସାରାଂଶକୁ ନେଇ ଆଧାରିତ କରାଯାଉଛି । ଏପରିକି ନାରୀ ମାନେ ଝରାଫୁଲ ଭଳି ନ ଝାଉଁଳି କେମିତି ସମାଜର ଥିବା ସୈତାନଙ୍କ ସଂହାର କରିବେ ସେନେଇ ଦୁଇ ଜଣ ଯାତ୍ରା ଅଭିନେତ୍ରର ‘ଝରାଫୁଲ’ ଭୂମିକାରେ ନଜର ଆସିବେ ।