ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଫେବୃଆରୀ ୧ରେ ରିମାଣ୍ଡ ଆବେଦନର ଶୁଣାଣି 

304

କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ  । ରିମାଣ୍ଡ ଆବେଦନର ଶୁଣାଣି ଫେବୃଆରୀ ୧ରେ କରିବେ କୋର୍ଟ । ଯାଜପୁର ଜିଲ୍ଲା ଦୌରାଜଜଙ୍କଠାରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି ।

ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ସେପଟେ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା ଯାଜପୁର ପୋଲିସ ।

ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଦ୍ୱନ୍ଦ୍ୱ ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।