କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କଲା କୁଆଖିଆ ପୋଲିସ । ସେପଟେ ଆଜି ସରୁଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ତାକୁ କୋର୍ଟରେ ହାଜର କରାଯିବ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ ।
ରିମାଣ୍ଡ ସମୟରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଶବ ପିଙ୍ଗା ଯାଇଥିବା ସ୍ଥାନ, ଭୁବନେଶ୍ୱରର ଶିବଶକ୍ତି ଗେଷ୍ଟ ହାଉସ, ସୁନ୍ଦରପଦାର ଫାଷ୍ଟଫୁଡ ଦୋକାନକୁ ରାକେଶକୁ ନେଇ ତଦନ୍ତ କରିଥିଲା ପୋଲିସ । ଏହି ସମୟରେ ରାକେଶ ହୋଟେଲ ଭିତରେ ଡେମୋ ଦେଖାଇଥିଲା । ଏବେ ସମସ୍ତଙ୍କ ନଜର ରହିଛି ସେହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ । ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁର ଅସଲ କାରଣ କଣ । ଏସବୁ ଉପରୁ ପରଦା ହଟାଇବାକୁ କୁଆଖିଆ ପୋଲିସ ଛାନଭିନ୍ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/12-4.jpg)