କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ?

198

କନକ ବ୍ୟୁରୋ: କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାର ରହସ୍ୟ କଣ ? ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ବିଷକ୍ରିୟାରୁ ମୃତ୍ୟୁ ହୋଇଛି? ଝରାଫୁଲଙ୍କ ମୃତ୍ୟୁ ପରେ ଏ ସବୁ ପ୍ରଶ୍ନ ଏବେ ଘୁରିବୁଲୁଥିବା ବେଳେ ଆଜି ସତ କହିବ ପୋଷ୍ଟମର୍ଟମ ରିପୋର୍ଟ । ଝରାଫୁଲଙ୍କ ମୃତ୍ୟୁ ନେଇ ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହାର ପ୍ରମାଣ ଦେବ ରିପୋର୍ଟ ।

ସେପଟେ ଗତକାଲି ଶବ ବୋହିବା ବେଳେ ବ୍ୟବହୃତ ହୋଇଥିବା ସ୍କୁଟି ଜବତ ହୋଇଥିବା ବେଳେ ଆଜି ଅଭିଯୁକ୍ତ ରାକେଶର ମୋବାଇଲ ଜବତ ହୋଇଛି । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି କୁଆଖିଆ ପୋଲିସ । ତେବେ ଆଜି ସରୁଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ତାକୁ କୋର୍ଟରେ ହାଜର କରାଯିବ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ ।