ଝରାଫୁଲ ମୃତ୍ୟୁ ମାମଲାରେ ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସକୁ ଆସିଲା ରାକେଶ । ପୋଲିସ ଆଗରେ ଦେଖାଇଲା ଡେମୋ, ଆଜି ୪ଟି ସ୍ଥାନକୁ ନେଇ ପୁରା ଘଟଣାକୁ ବର୍ଣ୍ଣନା କରାଇଲା ପୋଲିସ ।

449

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ଅଭିଯୁକ୍ତ ରାକେଶକୁ ୪ଟି ସ୍ଥାନକୁ ନେଇ ସିନ୍ ରିକ୍ରିଏଟ୍ କରାଇଛି କୁଆଖିଆ ପୋଲିସ । ଏଥିପାଇଁ ସିଧା ଯାଜପୁରରୁ ରାକେଶକୁ ଭୁବନେଶ୍ୱରକୁ ଆଣିଥିଲା ପୋଲିସ । ଆଜି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସ, ସୁନ୍ଦରପଦାରେ ଥିବା ରାକେଶର ଘର, ପୋଖରୀପୁଟରେ ଥିବା ମଧୁସୂଦନ ପାର୍କ, ଫାଷ୍ଟଫୁଡ ଦୋକାନକୁ ନେଇ ସିନ୍ ରି-କ୍ରିଏଟ୍ କରାଯାଇଥିବା ସୂଚନା ମିଳିଛି । ସମସ୍ତଙ୍କ ନଜର ରହିଥିଲା ଶିବସାଇ ଗେଷ୍ଟ ହାଉସରେ ପୋଲିସ ଆଗରେ ରାକେଶ ସିନ୍ ରି-କ୍ରିଏସନ ଅର୍ଥାତ୍ ସେଦିନ କିପରି ଘଟିଥିଲା ଘଟଣା ତାହାର ଡେମୋ ଉପରେ ।

ପୂର୍ବରୁ ହୋଟେଲ ରୁମ ସହିତ ଏକାଧିକ ସ୍ଥାନର ସିସିଟିଭି ଭିଜୁଆଲ୍ ଜବତ କରିଥିଲା ପୋଲିସ । ଆଜି ସିନ୍ ରି-କ୍ରିଏଟ୍ କରାଇ ତଦନ୍ତରେ ଆଗକୁ ବଢିଛି କୁଆଖିଆ ପୋଲିସ । ଆଜି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁରର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ କୁଆଖିଆ ଥାନାରେ ତାକୁ ପଚରାଉଚରା କରାଯିବାପରେ ଭୁବନେଶ୍ୱର ଆଣି ହୋଟେଲରେ ସିନ୍ ରି-କ୍ରିଏସନ୍ କରିଥିଲା କୁଆଖିଆ ପୋଲିସ । ଏହି ଘଟଣାରେ ଗତକାଲି ଝରାଫୁଲଙ୍କ ମୃତ ଦେହ ଫିଙ୍ଗା ଯାଇଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେ ଓ ତାହାର ସହଯୋଗୀ ପୋଲିସ ପଚରାଉଚରା କରିଥିଲା ।