ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲା ରାକେଶ

90

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଆଜି ଆସିବ ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ । ଏନେଇ ସୂଚନା ଦେଇଛି କୁଆଖିଆ ପୋଲିସ । ସେପଟେ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ କରିଛି କୁଆଖିଆ ପୋଲିସ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ ।

ରାକେଶର ମୋବାଇଲରୁ ଖୋଲିପାରେ ଘଟଣାକୁ ନେଇ ଆଉ କିଛି ଗୁମର । ଝରାଫୁଲ ମୃତ୍ୟୁ ପରେ ପରେ ରାକେଶ କାହା କାହା ସହିତ ସଂପର୍କ କରିଥିଲା, ତାର ସମସ୍ତ ଗସ୍ତ ବିବରଣୀକୁ ନେଇ କୁଆଖିଆ ପୋଲିସ ଅଧିକ ତଦନ୍ତ କରିବ । ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ରାକେଶର ଡାକ୍ତରୀ ପରୀକ୍ଷା କରାଇ ତାକୁ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।

Comments are closed.