କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଆଜି ଆସିବ ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ । ଏନେଇ ସୂଚନା ଦେଇଛି କୁଆଖିଆ ପୋଲିସ । ସେପଟେ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ କରିଛି କୁଆଖିଆ ପୋଲିସ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ ।
ରାକେଶର ମୋବାଇଲରୁ ଖୋଲିପାରେ ଘଟଣାକୁ ନେଇ ଆଉ କିଛି ଗୁମର । ଝରାଫୁଲ ମୃତ୍ୟୁ ପରେ ପରେ ରାକେଶ କାହା କାହା ସହିତ ସଂପର୍କ କରିଥିଲା, ତାର ସମସ୍ତ ଗସ୍ତ ବିବରଣୀକୁ ନେଇ କୁଆଖିଆ ପୋଲିସ ଅଧିକ ତଦନ୍ତ କରିବ । ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ରାକେଶର ଡାକ୍ତରୀ ପରୀକ୍ଷା କରାଇ ତାକୁ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/27-7.jpg)