ଉତ୍ତରପ୍ରଦେଶର ଝାନ୍ସୀରେ କାନ୍ଥ ପଡି ୧୫ ଜଣ ଶ୍ର୍ରମିକ ଚାପି ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି । ସୁଚନା ମୁତାବକ , ବରୁଆସାଗର ଥାନା ଲକ୍ଷ୍ମଣପୁରା ଗାଁରେ ଷ୍ଟୋନ୍ କ୍ରଶର୍ କାନ୍ଥ କାମରେ କିଛି ଶ୍ରମିକ ପ୍ଲାଷ୍ଟର କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା । ଉଦ୍ଧାରକାରୀ ଦଳ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରାଇଛନ୍ତି । ତେବେ ମୃତକଙ୍କ ସଂଖ୍ୟା ବଢୁଥିବା କଥା ଅନୁମାନ କରାଯାଉଛି । /kanak/media/post_attachments/wp-content/uploads/2020/01/Jhansi-wall1-300x200.jpg)
ଶ୍ରମିକଙ୍କ ମୃତ୍ୟୁ ପରେ ଷ୍ଟୋନ୍ କ୍ରଶର୍ ଉପରେ ଏବେ ପ୍ରଶ୍ନର ପାହାଡ ଲଦି ଦିଆଯାଇଛି । ଅଭିଯୋଗ ରହିଛି ଯେ ଶ୍ରମିକଙ୍କ ପାଇଁ ଏନେଇ କୌଣସି ରେଜିଷ୍ଟ୍ରେସନ୍ ହୋଇନଥିଲା କି ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ମଧ୍ୟ ଦିଆଯାଇନଥିଲା । ଏନେଇ ସ୍ଥାନୀୟ ଲୋକଙ୍କ କହିବାନୁସାରେ , ଯଦି ବେଳ ଥାଉ ଥାଉ ଶ୍ରମିକଙ୍କ ସୁରକ୍ଷା ସକାଶେ କ୍ରସର୍ ମାଲିକ ସଚେତନ ହୋଇଥାନ୍ତେ ତେବେ ଏଭଳି ଘଟଣା ଘଟିନଥାନ୍ତା । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଗୁରୁତରଙ୍କ ଚିକିତ୍ସାରେ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/Jhansi-wall.jpg)