ଝାନ୍ସୀରେ ନିଜାମୁଦ୍ଦିନ୍ ରୁ ତ୍ରିବେନ୍ଦ୍ରମ ଯାଉଥିବା କେରଳା ଏକ୍ସପ୍ରେସ୍ ଟ୍ରେନରେ ଅତ୍ୟଧିକ ଗରମ ଯୋଗୁଁ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ଆଲୋଡନ ସୃଷ୍ଟି କରିଛି । ସୁଚନାନୁସାରେ , ଆଗ୍ରାର ଗ୍ୱାଲିୟରରେ ଭୀଷଣ ଗରମ କାରଣରୁ ୫ ଜଣ ଯାତ୍ରୀଙ୍କ ଦେହ ଅଚାନକ ଖରାପ ହୋଇଗଲା । ଯେଉଁଥିରେ ୪ ଜଣ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ତେବେ ମୃତକଙ୍କ ଶବର ପୋଷ୍ଟମର୍ଟମ ଏ ଯାଏଁ ହୋଇନଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଏହି ଯାତ୍ରୀ ଆଗ୍ରାରୁ କୋଏମବଟ୍ଟୁର ଯାଉଥିଲେ । ମୃତକଙ୍କ ସାଥିଙ୍କ କହିବାନୁସାରେ ୧୦ ଦିନ ପୂର୍ବରୁ ୬୮ ଜଣ ତାମିଲନାଡୁରୁ ବାରାଣାସୀ ଏବଂ ଆଗ୍ରା ବୁଲିବାକୁ ଆସିଥିଲେ । ସୋମବାର ଦ୍ୱିପ୍ରହର ୨.୩୦ ସମୟରେ ଆଗ୍ରା କେଣ୍ଟ୍ ଠାରୁ କେରଳା ଏକ୍ସପ୍ରେସ୍ (୧୨୬୨୬) ରେ ବାହୁଡୁଥିଲେ ଏବଂ ଏସ୍ -୮ ଓ ୯ କୋଚ୍ ରେ ଯାତ୍ରୀ ଥିଲେ । ଆଗ୍ରାରୁ ଝାନ୍ସୀ ମଧ୍ୟରେ ଭୀଷଣ ଗରମ ହେବାରୁ ୩ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
ମୃତକଙ୍କ ପରିଚୟ ତାମିଲନାଡୁ ନିଳଗିରିର ୮୦ ବର୍ଷର୍ୀୟ ପାଚ୍ଚି ଅପ୍ପା ପଲାନୀ ସ୍ୱାମୀ, ୬୯ ବର୍ଷୀୟ ବାଲାକୃଷ୍ଣନ୍ ରାମାସ୍ୱାମୀ ଏବଂ କୋଏମବଟ୍ଟୁରର ୭୧ ବର୍ଷୀୟ ଚିନ୍ନାରେ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/railway-passengers-ap7_660_103113020653_042916080458_052416120615_070616104144.jpg)
/kanak/media/post_attachments/wp-content/uploads/2019/06/694461275-300x182.jpg)