କରୋନା କଟକଣା ଭିତରେ ଶେଷ ହେଲା ମାଆ ମଙ୍ଗଳାଙ୍କ ଚଇତି ଝାମୁଯାତ୍ରା । ବିନା ଭକ୍ତରେ କାକଟପୁରରେ ସଂପନ୍ନ ହେଲା ନୀତିକାନ୍ତି 

78

କନକ ବ୍ୟୁରୋ: କରୋନା କଟକଣା ଭିତରେ ଶେଷ ହେଲା ମାଆ ମଙ୍ଗଳାଙ୍କ ଚଇତି ଝାମୁଯାତ୍ରା । ବିନା ଭକ୍ତରେ ସଂପନ୍ନ ହେଲା ମାଆଙ୍କ ନୀତିକାନ୍ତି । ପରମ୍ପରା ଆଧାରରେ ନିଆଁରେ ଚାଲି ଅଗ୍ନୀ ପରୀକ୍ଷା ଦେଲେ ପାଟୁଆ । କାକଟପୁର ମା’ ମଙ୍ଗଳା ମନ୍ଦିରରେ କୋଭିଡ କଟକଣା ଭିତରେ ଝାମୁଯାତ୍ରା ସଂପୂର୍ଣ୍ଣ ହୋଇଛି । ମାନସିକଧାରୀ ପାଟୁଆ ସେବକ ଅଗ୍ନି ଗାଡରେ ଚାଲି ଅଗ୍ନି ପରୀକ୍ଷା ଦେଇଛନ୍ତି ।

ଆଜି ମାଆ ମଙ୍ଗଳାଙ୍କ ପଂଚମ ପାଳି ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଆଜିର ଦିନରେ ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତ ଗହଳି ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାମୁଯାତ୍ରା ଉପରେ କଟକଣା ଲଗାଯାଇଛି । ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ମନ୍ଦିରକୁ ପବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । କୋଭିଡ କଟକଣା ଭିତରେ ସେବାୟତଙ୍କ ଦ୍ୱାରା କେବଳ ନୀତିକାନ୍ତି କରାଯାଉଛି ।

ପ୍ରଶାସନର କଟକଣା ଯୋଗୁଁ ମା ମଙ୍ଗଳାଙ୍କୁ ଝାମୁଯାତ୍ରାରୁ ବଂଚିତ ହୋଇଛନ୍ତି ଭକ୍ତ । ମନ୍ଦିର ଦ୍ୱାର ବନ୍ଦ ହେବା ସହ ମନ୍ଦିର ପାଖରେ ପୋଲିସ ମୁତୟନ ହୋଇଥିଲେ । ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନେ ମାଆଙ୍କୁ ଦର୍ଶନ ନ କରି ନିରାଶରେ ଫେରି ଯାଇଛନ୍ତି । କିନ୍ତୁ ମାଙ୍କ ଘଂଟ ପାଟୁଆ ସେବକମାନେ ମାନସିକ ରଖି ମନ୍ଦିର ସାମ୍ନାରେ ନିର୍ମାଣ ହୋଇଥିବା ଅସ୍ଥାୟୀ  ଅଗ୍ନି ଗାଡରେ ଚାଲି ଅଗ୍ନି ପରୀକ୍ଷା ଦେବା ଦୃଶ୍ୟ ଦେଖିବାକୁ ମିଳିଛି ।

ପରମ୍ପରା ଅନୁସାରେ, ପାଟୁଆ ସେବକ ମାନେ ଘଂଟ ଘଂଟାର ତାଳେ ତାଳେ ପ୍ରାଚୀ ନଦୀରୁ ପାଣି ତୋଳିବା ପରେ ମାଆଙ୍କ ଆଜ୍ଞାମାଳ ଆସିଥାଏ ।  ଏହାପରେ ସେମାନେ ଅଗ୍ନି ଗାଡରେ ଅଗ୍ନି ପରୀକ୍ଷା ଦେଇଛନ୍ତି । ବିଜ୍ଞାନ ଯୁଗରେ ଆଜି ବି ପରମ୍ପରାକୁ ଆଧାର କର ପାଟୁଆ ସେବକମାନେ ନିଆଁରେ ଚାଲୁଛନ୍ତି ।