ଲଗାଣ ବର୍ଷା ପରେ ଜଳକା ନଦୀର ଜଳସ୍ତର ବୃଦ୍ଧି :ମଥାନିଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର, ବିପଦ ସଙ୍କେତ ୫.୫୦ମିଟର, ଜଳସ୍ତର ୬.୪୨ ମିଟର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଅଞ୍ଚଳବାସୀ

Advertisment
ଲଗାଣ ବର୍ଷା ପରେ ଜଳକା ନଦୀର ଜଳସ୍ତର ବୃଦ୍ଧି :ମଥାନିଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର, ବିପଦ ସଙ୍କେତ ୫.୫୦ମିଟର, ଜଳସ୍ତର ୬.୪୨ ମିଟର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଅଞ୍ଚଳବାସୀ

କନକ ବ୍ୟୁରୋ : ବିପଦ ସଂକେତ ଉପରେ ଜଳକା ନଦୀ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ମଥାନୀ ଠାରେ ବିପଦ ସଂକେତ ୫ଦଶମିକ୫୦ ମିଟରରେ ଥିବାବେଳେ ବର୍ତମାନ ଏହା ୬ଦଶମିକ୪୨ ମିଟରରେ ପ୍ରବାହିତ ହେଉଛି ।ନଦୀର ଉପର ମୁଣ୍ଡ ମୟୁରଭଂଜ ଜିଲ୍ଲା, ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡ଼ା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ କୂଳିଆ ଅଂଳରେ ଚାଷଜମି ଗୁଡ଼ିକରେ ପାଣି ପଶିବାର ଆଶଙ୍କା ରହିଛି । କଟିପୋଲ ସାନଖୁଡ଼ି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।publive-image

ଗତ ୩ଦିନ ଧରି ବସ୍ତା ଅଂଚଳରେ ପ୍ରବଳ ବର୍ଷା ଲାଗି ରହିବା ନଦୀର ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଛି । ପାଣିପାଗ ସୁଚନା ଅନୁସାରେ ଆସନ୍ତା ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୭ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତ  ପ୍ରଭାବିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe