କନକ ବ୍ୟୁରୋ : ଦୂତୀଙ୍କ ଭିନ୍ନ ଅବତାର । ଏବେ ଖୁବଶୀଘ୍ର ଭିନ୍ନ ଭୂମିକାରେ ନଜର ଆସିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ । କଲର୍ସର ଲୋକପ୍ରିୟ ରିୟଲିଟି ଶୋ ଝଲକ ଦିଖଲା ଜା’ର ସିଜିନ୍ -୧୦ ରେ ନଜର ଆସୁଛନ୍ତି । ଏହି ଶୋ’ ପାଇଁ ପୂର୍ବରୁ ବହୁବାର ଅଫର ମିଳିଥି ଦୂତୀଙ୍କୁ ହେଲେ ବ୍ୟସ୍ତତା ଯୋଗୁଁ ସେଥିରେ ସେ ସାମିଲ ହୋଇପାରୁନଥିଲେ ।
ଟୋକିଓ ଅଲିମ୍ପିକ୍ସ ଓ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ବ୍ୟସ୍ତ ଥିବାରୁ ସେ ଯୋଗ ଦେଇପାରିନଥିଲେ । ଏସୀୟ କ୍ରୀଡା ଗୋଟିଏ ବର୍ଷ ଘୁଞ୍ଚିବା ପରେ ଝଲକ ଦିଖଲା ଜା’ର ସିଜିନ୍ -୧୦ରେ ସାମିଲ ହେଉଛନ୍ତି ଦୂତୀ । ପ୍ରଥମ ଓଡ଼ିଆ କ୍ରିଡାବିତ ଯିଏକି ଏତେ ବଡ଼ ରିଆଲିଟି ଶୋ’ରେ ସାମିଲ ହେବାକୁ ଯାଉଛନ୍ତି ।