ପାକିସ୍ତାନରେ ଟମାଟର ଦର ଆକାଶଛୁଆଁ ହୋଇଥିବା ବେଳେ ମଧ୍ୟପ୍ରଦେଶ ଝାବୁଆର କୃଷକମାନେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଏକ ଖାସ୍ ଅଫର୍ ଦେଇଛନ୍ତି । ଝାବୁଆର କୃଷକମାନେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ସନ୍ଦେଶ ପଠାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପିଓକେ ଦିଅନ୍ତୁ ଏବଂ ଆମର ଟମାଟ ନେଇଯାନ୍ତୁ । କେବଳ ଏତିକି ନୁହଁ ଭାରତୀୟ କୃଷକମାନେ ପାକିସ୍ତାନକୁ ୨୦୦୮ ମସିହାରେ ମୁମ୍ବାଇରେ କରିଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ବି କ୍ଷମାପ୍ରାର୍ଥନା କରିବାକୁ କହିଛନ୍ତି । ଭାରତ ଏବଂ ପାକିସ୍ତାନ ଭିତରେ ଥିବା ସମ୍ବେଦନାପୂର୍ବକ ସମ୍ପର୍କକୁ ଆଖି ଆଗରେ ରଖି ଝାବୁଆର କୃଷକମାନେ ପାକିସ୍ତାନକୁ ଟମାଟ ସପ୍ଲାଇ ନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ପାକିସ୍ତାନରେ ଏବେ ଟମାଟ କିଲୋ ପିଛା ଦାମ୍ ୪୦୦ ରୁ ୫୦୦ ଟଙ୍କା ରହିଛି । /kanak/media/post_attachments/wp-content/uploads/2019/11/ssss-300x222.png)
ପାକିସ୍ତାନରେ ଟମାଟର ଦରଦାମ୍ କୁ ଦେଖି ଜଣେ କନ୍ୟା ନିଜ ବିବାହରେ ଟମାଟର ଅଳଙ୍କାର ପିନ୍ଧିଥିଲେ । ଯାହା ପରିବା ଦରଦାମ୍ ବୃଦ୍ଧିକୁ ନେଇ ସରକାରଙ୍କ ଆଡକୁ ଏକ କଟାକ୍ଷ ଥିଲା । ପାକ୍ ର ଲାହୋର ସହରରେ ଜଣେ କନ୍ୟା ନିଜ ବିବାହ ଦିନ ଟମାଟର ଗହଣା ଯଥା – ହାର,କାନଫୁଲ , ମଥାମଣି ଏବଂ ଚୁଡି ପିନ୍ଧିଥିଲେ । ଜଣେ ସମ୍ବାଦଦାତା ଯେତେବେଳେ ଯୁବତୀଙ୍କୁ ଏହାର କାରଣ ପଚାରିଥିଲେ ସେ କହିଥିଲେ ପାକିସ୍ତାନରେ ଟମାଟର ଦାମ୍ ଏତେ ମହଙ୍ଗା ହେଲାଣି ଯେ ତାଙ୍କ ପିତା ଯୌତୁକରେ ୩ ପେଟି ଟମାଟ ଉପହାର ଦେଇଛନ୍ତି । ରିପୋର୍ଟ ମୁତାବକ , ପାକ୍ ସରକାର ଗତସପ୍ତାହ ଇରାନ୍ ରୁ ୪,୫୦୦ ଟନ୍ ଟମାଟ ଆଣିବାକୁ ପରମିଟ୍ ଜାରି କରିଥିଲେ । କିନ୍ତୁ ବଜାରରେ ଏହା ପହଁଚି ପାରିନଥିଲା । ଯେଉଁଥି କାରଣରୁ ଦାମରେ ଲଗାତାର ବୃଦ୍ଧି ହିଁ ହେଉଛି । ନଭେମ୍ବର ପ୍ରଥମ ସପ୍ତାହରେ ଟମାଟର ମୂଲ୍ୟ ୧୧୭ ଟଙ୍କା ପ୍ରତି କିଲୋ ଥିବା ବେଳେ ବର୍ତ୍ତମାନ ଏହା ୪ ଗୁଣା ବଢିଯାଇଛି । /kanak/media/post_attachments/wp-content/uploads/2019/11/FI-Tomato-300x200.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/imran-khan-tomato-1574572316-lb.jpg)