ପଛୁଆ ଅଂଚଳର ସୌଖିନ ଅଧିକାରୀ: କାର୍ଯ୍ୟାଳୟ ଓ ବାସଭବନର ସାଜସଜ୍ଜା ପାଇଁ ୫ ବର୍ଷରେ ୧ କୋଟି ୨୫ ଲକ୍ଷ ଖର୍ଚ୍ଚ କରିଛନ୍ତି ଜୟପୁର ଜିଲ୍ଲାପାଳ
କନକ ବ୍ୟୁରୋ: ଜିଲ୍ଲା ପଛୁଆ କିନ୍ତୁ ଖର୍ଚରେ ଆଗୁଆ ଅଧିକାରୀ । ୫ ବର୍ଷରେ ଖର୍ଚ ହୋଇଛି ଏକ କୋଟି ୨୫ ଲକ୍ଷ । ବର୍ଷକୁ ବର୍ଷ ସଜେଇ ହେଉଛି ଜିଲ୍ଲା ଅଧିକାରୀଙ୍କ ଅଫିସ । ଆଉ ଏହି ସବୁ ଖର୍ଚ ହେଉଛି ସରକାରୀ ପାଣ୍ଠିରୁ । ସୂଚନା ଅଧିକାର ଆଇନର ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ଓ ବାସଭବନ ମରାମତି ପାଇଁ ଆଖିବୁଜା ଖର୍ଚ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୫ ବର୍ଷରେ ଖର୍ଚ ହୋଇଛି ଏକ କୋଟି ୨୫ ଲକ୍ଷ । ୫ ବର୍ଷ ଭିତରେ ଜିଲ୍ଲାପାଳଙ୍କ ବାସଭବନର ମରାମତି ପାଇଁ ୪୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହୋଇଛି । ତଥ୍ୟ ଆଧାରରେ ୨୦୧୪- ୨୦୧୫ ଭିତରେ ୫ ଲକ୍ଷ, ୨୦୧୫ ରୁ ୧୬ ମଧ୍ୟରେ ୪ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ ହୋଇଛିା ସେହିଭଳି ୨୦୧୭-୧୮ରେ ସାଢେ ୮ ଲକ୍ଷ ଟଙ୍କା ଓ ୨୦୧୮-୧୯ରେ ୧୨ ଲକ୍ଷ ୭୭ ହଜାର ଖର୍ଚ ହୋଇଛି । ଏସପିଙ୍କ ଅଫିସ ଓ ବାସଭବନ ପାଇଁ ଖର୍ଚ ହୋଇଛି ୩୧ ଲକ୍ଷ ୬୧ ହଜାରରୁ ଅଧିକ ଟଙ୍କା ।