ଦେଶକୁ ଫେରିଲା ନିରବ ମୋଦି ବିଦେଶରେ ଲୁଚାଇ ରଖିଥିବା ଦାମୀ ଅଳଙ୍କାର : ହଂକଂରୁ ଭାରତକୁ ଆଣିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ , ପ୍ରାୟ ୨୩ ଶହ କେଜି ଅଳଙ୍କାର ଆନୁମାନିକ ମୂଲ୍ୟ ୧୩୫୦ କୋଟି ଟଙ୍କା

489

ପିଏନବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିଦେଶକୁ ପଠାଇଥିବା ଦାମୀ ଅଳଙ୍କାର ଭାରତକୁ ଫେରାଇ ଅଣାଯାଇଛି । ପ୍ରାୟ ୨୩ ଶହ କେଜିରୁ ଅଧିକ ପଲିସଡ୍ ହୀରା, ମୋତି, ରୁପା ଓ ଗହଣା ଫେରାଇ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏସବୁର ଆନୁମାନିକ ମୂଲ୍ୟ ୧୩୫୦ କୋଟି ଟଙ୍କା ହେବ । ପିଏନବି ଦୁର୍ନୀତି ସାମ୍ନାକୁ ଆସିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ଆଉ ଏହାରି ଭିତରେ ନିରବ ମୋଦି ଓ ଅନ୍ୟ ଅଭିଯୁକ୍ତ ମେହୁଲ ଚୋକସି ଏସବୁ ଗହଣାକୁ ନିଜ ସଂସ୍ଥା ମାଧ୍ୟମରେ ହଂକଂ ବାଟ ଦେଇ ଦୁବାଇକୁ ପଠାଇବାକୁ ଚେଷ୍ଟା କରିିଥିଲେ ।

ଏସବୁ ମୂଲ୍ୟବାନ ଗହଣାକୁ ହଂକଂରେ ଲୁଚାଯାଇଥିବା ତଥ୍ୟ ସଂଗ୍ରହ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା । ପିଏନବି ଦୁର୍ନୀତି ମୁଖ୍ୟ ଅଭିଯୁକ୍ତ ଏବେ ଗିରଫ ହୋଇ ବ୍ରିଟେନ ଜେଲରେ ଅଛନ୍ତି । ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରି ଆଣିବାକୁ ତଦନ୍ତକାରୀ ସଂସ୍ଥାମାନେ ଚେଷ୍ଟା ଚଳାଇଛନ୍ତି । ତେବେ ମେହୁଲ ଚୋକସି ଏବେବି ଫେରାର ଅଛନ୍ତି ।