ଆଜିି ଧନତେରାସ…ପରମ୍ପରାକୁ ମାନି ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ; ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗହଣା ଦୋକାନରେ ଗହଳି

152

କନକ ବ୍ୟୁରୋ : ଆଜିି ଧନତେରା । ଆୟୁର୍ବେଦର ଦେବୀଙ୍କ ପର୍ବ ଭାବେ ପାଳିତ ହେଉଥିବା ଏହି ପର୍ବ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ଏକ ପ୍ରମୁଖ ପର୍ବର ରୂପ ନେଇଛି । ସୁନା ଗହଣା ବ୍ୟବସାୟୀମାନେ ଏହାକୁ ବଡ ଆକାରରେ ପାଳନ କରୁଛନ୍ତି । ଦୋକାନମାନଙ୍କରେ ଗ୍ରାହକଙ୍କ ଭିଡ ଜମିବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଧନତେରସ ଆସିଲେ ଲୋକ ସୁନା ଗହଣା ନକିଣିଲେ ବି ସୁନା କଏନ ବା ସୁନା ସ୍ୱସ୍ତିକ କିଣିବାକୁ ପସନ୍ଦ କରିଥାନ୍ତି । ଧନର ଦେବୀ ଲକ୍ଷ୍ମୀଙ୍କ ସଂକେତ ଭାବେ ଏସବୁ ଗହଣା ବା ସୁନା ମୁଦ୍ରା କିଣାଯାଏ । ବିଶ୍ୱାସ କରାଯାଏ ଏହି ପବିତ୍ର ଦିନରେ ସୁନା କିଣିବା ଘରକୁ ଆଣିଥାଏ ଐଶ୍ୱର୍ଯ୍ୟ । ନିଜ ବ୍ରାଣ୍ଡ ଉପରେ ଲୋକଙ୍କର ଥିବା ଆସ୍ଥା ଓ ଭରସା ମଧ୍ୟ ବିଭିନ୍ନ ଜ୍ୱେଲର୍ସଙ୍କୁ ଦେଇଥାଏ ଲାଭ । କାରଣ ବର୍ଷ ବର୍ଷ ଧରି ତାଙ୍କ ଉପରେ ରଖିଥିବା ଭରସାକୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି ସେମାନେ ।

ଧନତେରସ ଅବସରରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ସହର ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ଏହା ସହ ନୂଆ ନୂଆ ଡିଜାଇନର ଗହଣା ଗ୍ରାହକଙ୍କୁ ଆକର୍ଷିତ କରୁଛି । ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ଗ୍ରାହକଙ୍କ ପାଇଁ ରହିଛି ଅନେକ ଅଫର । ଧନତେରାସ ପାଇଁ ଗହଣା ଦୋକାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ବିଭିନ୍ନ ଆକର୍ଷଣୀୟ ଅଫର ଦେଉଛନ୍ତି । ଭଦ୍ରକ ବାସୁଦେବପୁରର ମହେଶ ଜୁଏଲାରୀ ଧନତେରାସରେ ଗ୍ରାହକଙ୍କୁ ଏଭଳି ଅଫର ଦେଉଛି । ଏଠାରେ ନୂଆ ନୂଆ ଡିଜାଇନର ଗହଣା ମିଳୁଥିବାବେଳେ ଆକର୍ଷଣୀୟ ଅଫର ଅଛି । ଏହାଛଡା ସୁନା ଉପରେ ଡିସକାଂଉଟ ଓ ସୁନାର ଘଡି ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଛି । ସେହିଭଳି ସୁନା ଓ ରୂପାରେ ତିଆରି ଦେବାଦେବୀ ବି ଗହଣା ଦେକାନରେ ମିଳୁଛି ।