ଗ୍ରୀଲ ତାଡିଲେ, ସଟର କାଟିଲେ… ସୁନାରୁପା ନେଇ ଚମ୍ପଟ୍ ମାରିଲେ… ରାତିରେ ରାଜଧାନୀରେ ଲୁଟ୍

314

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଗ୍ରୀଲ ତାଡି, ସଟର କାଟି ସୁନା ଗହଣା ଲୁଟ । ଭୁବନେଶ୍ୱରରେ କୋଟିଏ ଟଙ୍କାରୁ ଅଧିକ ଗହଣା ଲୁଟ ଅଭିଯୋଗ । ଡେଲ୍ଟା ଛକ ସ୍ଥିତ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ ।

ତେବେ ଗହଣା ଦୋକାନରୁ ପାଖାପାଖି ୧ କେଜି ସୁନା, ୧୦ କେଜି ରୁପା ସହ ଦେଢ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ । ବିଳମ୍ବିତ ରାତିରେ ଦୋକାନ ଗ୍ରୀଲ ଓ ସଟର କାଟି ଲୁଟ୍ । ଖଣ୍ଡଗିରି ଥାନାରେ ଏତଲା ପରେ ପୋଲିସର ତନାଘନା ଜାରି ।