କାଜାଗିସ୍ତାନର ଅଲମାଟିରେ ବିମାନ ଦୁର୍ଘଟଣାଗ୍ରସ୍ତ : ବିମାନରେ ଥିଲେ ୧୦୦ ଯାତ୍ରୀ , ୯ ମୃତ

କାଜାଗିସ୍ତାନର ଅଲମାଟିରେ ବିମାନ ଦୁର୍ଘଟଣାଗ୍ରସ୍ତ : ବିମାନରେ ଥିଲେ ୧୦୦ ଯାତ୍ରୀ , ୯ ମୃତ

୯୫ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁଃଖଦ ଘଟଣାଟି ଘଟିଛି କାଜାଗିସ୍ତାନରେ । କାଜାଗିସ୍ତାନର ଅଲମାଟିରେ ଘଟିଛି ଏହି ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ମୋଟ ୧୦୦ ଜଣ ଥିଲେ ବୋଲି ସୂଚନା ମିଳୁଛି । ମଧ୍ୟ ଏସୀୟ ରାଷ୍ଟ୍ର ବିମାନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ବିମାନଟି କାଜାଗିସ୍ତାନର ରାଜଧାନୀ ନୁର୍-ସୁଲତାନ୍ ଯାଉଥିବା କଥା କୁହାଯାଉଛି । ସୂଚନାନୁସାରେ , ବିମାନଟି ଟେକଅଫ୍ କରିବା ସମୟରେ ଦିଗଚ୍ୟୁତ ହୋଇଯାଇଥିଲା ଏବଂ ଏକ କଂକ୍ରିଟ୍ ବାଡ ସହ ଧକ୍କା ହୋଇଥିଲା ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରେ ଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ତା କଥା ଜଣାପଡିନଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ଉଦ୍ଧାରକାରୀ ଦଳ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ସ୍ଥାନରେ ପହଁଚିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe