ଦେଶରେ ସବୁଠୁ ବଡ ଏୟାରଲାଇନ ମାନଙ୍କ ମଧ୍ୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜେଟ୍ ଏୟାରଓଏସରେ ଟିକେଟ ବୁକ୍ କଲେ ଯାତ୍ରୀ ମାନଙ୍କୁ କ୍ୟାସ୍ ବାର ଅଫର ମିଳିବ । ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରୁ ବୁକ୍ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଏହି ଅଫର ମିଳିପାରିବ । ଗ୍ରାହକ ମାନେ ଜେଟ୍ ଏୟାରଓଏସର ୱେବସାଇଟକୁ ଯାଇ ମୋବାଇଲ ଦ୍ୱାରା ଟିକେଟ ବୁକ୍ କରି ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହି ଅଫର କେବଳ ୩୧ ମଇ ୨୦୧୮ ପର୍ଯ୍ୟନ୍ତ ସୀମିତ ରହିବ ।
ଏୟାରଲାଇନ ଦ୍ୱାରା କରାଯାଇଥିବା ଏହି ସୁବିଧା କେବଳ ଜେଟ୍ ଏୟାରଓଏସ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ । ଗୋଟିଏ ଥର ଟ୍ରାଞ୍ଜାକସନ କଲେ ୨୦୦ ଟଙ୍କା ଅଧିକତମ ରାଶି ଫେରସ୍ତ ପାଇବେ । ଏହି ଅଫରର ବ୍ୟବହାର ଗୋଟିଏ ବ୍ୟକ୍ତି କେବଳ ଗୋଟିଏଥର କରିପାରିବ । ଟଙ୍କା ଫେରସ୍ତ ପାଇବା ପାଇଁ ୧୫୦୦ ଟଙ୍କାର ଟ୍ରାଞ୍ଜାକସନ କରିବାକୁ ପଡିବ । ଟ୍ରାଞ୍ଜାକସନ କରିବାର ୭୨ ଘଣ୍ଟ ମଧ୍ୟରେ ଗ୍ରାହକ ତାଙ୍କ ଟଙ୍କା ଫେରସ୍ତ ପାଇପାରିବେ । ଯଦ କୌଣସି କାରଣରୁ ଆପଣଙ୍କ ପ୍ଲାନ କ୍ୟାନସଲ ହୋଇଯାଏ ତେବେ ଫେରସ୍ତ ପାଇଥିବା ଟଙ୍କା ମଧ୍ୟ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/0Jet_Airways_0_0.jpg)