ଆସିଲା ‘ଜର୍ସି’ର ନୂଆ ଗୀତ : ଦେଖିବାକୁ ମିଳିଲା ସାହିଦ କପୁରଙ୍କ ଜବରଦସ୍ତ ଅଭିନୟ

 ଗୀତରେ ମନ ଜିଣିଲା ମିଳିଲା ସଚେତ ଟଣ୍ଡନଙ୍କ ଆକର୍ଷଣୀୟ ଗାୟିକି ; ୩୧ ଡିସେମ୍ବରରେ ପରଦାକୁ ଆସିବ ଫିଲ୍ମ 

91

କନକ ବ୍ୟୁରୋ : ବଡପରଦାକୁ ଆସିବ ଆଉ ଏକ ଦମଦାର ମୁଭି ‘ଜର୍ସି‘ । ଫିଲ୍ମ ରିଲିଜ ହେବାର ମାସେରୁ ଅଧିକ ସମୟ ଥିବାବେଳେ ରିଲିଜ ହେଇଛି ଫିଲ୍ମର ଇମୋସନାଲ ଗୀତ “ମେହରମ” । ଗୀତରେ ଦମଦାର ଅଭିନୟ କରିଛନ୍ତି ବଲିଉଡ ସୁପରଷ୍ଟାର ଶାହିଦ କପୁର । ତେଲୁଗୁ ମୁଭି ଜର୍ସିର ରିମେକ ଜର୍ସି ଆଗାମୀ ଡିସେମ୍ବର ୩୧ ରେ ବଡ ପରଦାରେ ରିଲିଜ ହେବ ।

ଜଣେ ୩୯ ବର୍ଷୀୟ କ୍ରିକେଟର ୧୦ ବର୍ଷ ପୂର୍ବରୁ ଖେଳ ଛାଡ଼ିଦେଇଥିଲେ । ଏବେ ସେ ପୁଣି ଭାରତୀୟ ଦଳରେ ସାମିଲ ହେଇ କ୍ରିକେଟ୍ ଖେଳିବାକୁ ପ୍ରୟାସ କରିଛନ୍ତି । ଏହି କ୍ରିକେଟରଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ଅଭିନେତା ଶାହିଦ କପୁର । ତାଙ୍କ କୋଚ୍ ଭୂମିକାରେ ଅଛନ୍ତି ପଙ୍କଜ କପୁର। ଆଗାମୀ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବାକୁ ନିର୍ଦ୍ଧାରିତ ହେଇଥିବା ଏଇ ସିନେମାଟି କ୍ରୀଡ଼ା ଡ୍ରାମା ଉପରେ ପର୍ଯ୍ୟବସିତ। ଏକ ତେଲୁଗୁ ଚଳଚ୍ଚିତ୍ରର ଏହା ହେଉଛି ରିମେକ । ତେଲୁଗୁ ଚଳଚ୍ଚିତ୍ର ‘ଜର୍ସି’ରେ ଏହି କ୍ରିକେଟର ଭୂମିକାରେ ଘଣ୍ଟା ନବୀନ ବାବୁ ଓରଫ୍ ନନି ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଥିଲେ ଶ୍ରଦ୍ଧା ଶ୍ରୀନାଥ ।

୨୦୧୯ ଅକ୍ଟୋବରରୁ ଏହାର ହିନ୍ଦୀ ରିମେକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା। ୨୦୨୦ ଅଗଷ୍ଟ ୨୮ରେ ଏହା ମୁକ୍ତିଲାଭ କରିବ ବୋଲି ସ୍ଥିରୀକୃତ ହେଇଥିଲା। ହେଲେ କୋଭିଡ୍ ସଂକ୍ରମଣ ଏବଂ ଏଥିଜନିତ ଜାରିହେଇଥିବା କଟକଣା ଯୋଗୁଁ ଏହାର ସୁଟିଂ ‌ଶେଷ ହେଇପାରି ନ ଥିଲା। ପ୍ରଥମେ ଏଇ ଚଳଚ୍ଚିତ୍ରରେ ନାୟିକା ଭାବେ ଶ୍ରଦ୍ଧା କପୁରଙ୍କୁ ମନୋନୀତ କରାଯାଇଥିଲା। ସେ ସମୟ ଦେଇ ନ ପାରିବାରୁ ତାଙ୍କ ସ୍ଥାନରେ କନ୍ନଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ମଧ୍ୟ ଚୟନ କରାଯାଇଥିଲା। ହେଲେ ଶେଷରେ ଶ୍ରଦ୍ଧା ଓ ରଶ୍ମିକାଙ୍କୁ ସ୍ଥାନାନ୍ତର କରି ଉକ୍ତ ଭୂମିକାରେ ମୃଣାଳ ଅବତୀର୍ଣ୍ଣ ହେଇଛନ୍ତି । ତେବେ ଆଲ୍ଲୁ ଏଣ୍ଟରଟେନ୍‌ମେଣ୍ଟ, ଦିଲ୍ ରାଜୁ ପ୍ରଡକ୍ସନ୍, ସିତାରା ଏଣ୍ଟରଟେନ୍‌ମେଣ୍ଟସ୍‌ ଓ ଭାରତ ଫିଲ୍ମସ୍‌ ବ୍ୟାନର୍‌ରେ ନିର୍ମିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଆଲ୍ଲୁ ଅରବିନ୍ଦ, ସୂର୍ଯ୍ୟଦେବାରା ନାଗା ଭାଷ୍ମୀ, ଅମନ ଗିଲ୍, ଦିଲ୍ ରାଜୁ ପ୍ରମୁଖ । ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଶାହିଦ କପୁର, ମୃଣାଳ ଠାକୁର ଓ ପଙ୍କଜ କପୁର ।