କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଦଳ ଏବେଠାରୁ ନିଜର ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ଦଳ ନିର୍ବାଚନରେ କିପରି ଭାବରେ ଜିତିବେ ସେଥିଲାଗି ଅନେକ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ଲୋକମାନଙ୍କ ମନ ଜିଣିବା ପାଇ କୈାଣସି ପ୍ରକାରର ପଦକ୍ଷେପକୁ ହାତଛଡା କରୁନଥିବା ଦେଖାଯାଇଛି । ତେଣୁ ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ଏବେଠୁ ରାଜନୈତିକ ବାତାବରଣ ଉଷ୍ଣ ହେବାରେ ଲାଗିଲାଣି। ବିରୋଧୀ କଂଗ୍ରେସଠାରୁ ଆରମ୍ଭକରି ଶାସକ ଦଳ ବିଜେପି ପର୍ୟ୍ୟନ୍ତ ପ୍ରାୟ ସମସ୍ତେ ୨୦୧୯ ପାଇଁ ଅନେକ କାର୍ୟ୍ୟକ୍ରମ ଆରମ୍ଭ କରିଦେଲେଣି। କଂଗ୍ରେସ ତାହାର ସିଡବ୍ଲ୍ୟୁସି (କଂଗ୍ରେସ କାର୍ୟ୍ୟକାରିଣୀ କମିଟି) ବୈଠକରେ ସମ୍ଭାବ୍ୟ ମହାମେଣ୍ଟର ନେତୃତ୍ୱ ନେବା ଲାଗି ନିଷ୍ପତ୍ତି ନେବା ସହିତ ଦଳୀୟ ନେତାମାନଙ୍କୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ପ୍ରମୁଖ ରାଜ୍ୟରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଯୋଜନା ତିଆରିରେ ବ୍ୟସ୍ତ ଅଛନ୍ତି। ଏବେ ଶାହା ଉତ୍ତରପ୍ରଦେଶ ଉପରେ ବିଶେଷ ଭାବରେ ଧ୍ୟାନ ଦେଉଥିବା ଦେଖାଯାଇଛି । ଉତ୍ତର ପ୍ରଦେଶରେ ଥିବା ୮୦ ଲୋକସଭା ଆସନ ମଧ୍ୟରୁ କିଭଳି ଅଧିକ ଆସନକୁ କବ୍ଜା କରିବେ, ସେଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶର ପ୍ରମୁଖ ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି (ଏସ୍ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍ପି) ସମ୍ଭାବ୍ୟ ମେଣ୍ଟ ପାଇଁ ଏବେ ଆଲୋଚନା ଜାରି ରଖିଛନ୍ତି।

Advertisment

publive-imageଅନ୍ୟପକ୍ଷରେ ବିଜେପି ଏବେ ସେମାନଙ୍କ ଔପଚାରିକ ମେଣ୍ଟ ଘୋଷଣାକୁ ଅପେକ୍ଷା ନ କରି ଉତ୍ତର ପ୍ରଦେଶ ପାଇଁ କ୍ଷମତାଶାଳୀ ନେତା ପଠାଇବ ବୋଲି ନିଷ୍ପତ୍ତି ନେଇଛି। ନିର୍ବାଚନ ଜିତିବା ପାଇଁ ସବୁଠୁ ଯୋଗ୍ୟ ନେତାଙ୍କର ତାଲିକା ପ୍ରସ୍ତୁତ ହେଉଛି। ୨୦୧୯ ନିର୍ବାଚନରେ ଏନ୍ଡିଏ ପୁଣି କ୍ଷମତାକୁ ଫେରିବାକୁ ହେଲେ ଉତ୍ତର ପ୍ରଦେଶରେ ଅଧିକରୁ ଅଧିକ ଆସନ ହାସଲ କରିବାର ଆବଶ୍ୟକତା ରହିଛି । କାରଣ ପୂର୍ବରି ସେଠାରେ ହୋଇଥିବା ଉପ-ନିର୍ବାଚନରେ ଦଳ ପରାଜୟ କରିଥିବା କାରଣରୁ ସେଠାରେ କିପରି ଭାବରେ ଦଳ ବିଜୟ ହେବ ସେନେଇ ସମସ୍ତ ବିଷୟ ଉପରେ ମଜର ରଖିଛନ୍ତି ସରକାର । ଏପଟେ ବିଜେପିର ବିଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ସେପଟେ ଉତ୍ତର ପ୍ରଦେଶରେ ବିଭିନ୍ନ ଦଳ ମିଶି ମେଣ୍ଟ କରି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କିପରି ଭାବରେ ଦଳ ଅଧିକ ସଂଖ୍ୟକ ସିଟରେ ବିଜୟ ହେବ ସେନେଇ ଆଜିଠୁ ଦଳର ନେତାମାନେ ପ୍ରସ୍ତୁତ ହେଉଥିବା ଜଣାପଡିଛି ।