ଇତିହାସର ହେବ ପୁନରାବୃତି : ୧୯୩୮ ପରେ ଜେନାପୁରରେ ପୁଣି ଏକ କୃଷକ ସମାବେଶ

ଇତିହାସର ହେବ ପୁନରାବୃତି : ୧୯୩୮ ପରେ ଜେନାପୁରରେ ପୁଣି ଏକ କୃଷକ ସମାବେଶ

ଯାଜପୁର : ଆଜି ଯାଜପୁର ଜିଲ୍ଲା ଜେନାପୁର ଆୟୋଜିତ ହେଉଛି ବିଶାଳ କୃଷକ ସମାବେଶ। ନବନିର୍ମାଣ କୃଷକ ସଂଘ ପକ୍ଷରୁ ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ଚାଷୀ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ଚାଷୀମାନଙ୍କ ଦାବିକୁ ଅଣଦେଖା କରି ଆସୁଥିବା ସରକାରଙ୍କୁ ଚାଷୀଙ୍କ ଏକତା ପ୍ରଦର୍ଶନ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ। ଏହା ଛଡା ଚାଷୀଙ୍କ ଦାବିକୁ ସଠିକ ଢଂଗରେ ଉପସ୍ଥାପନ ଓ ଏକତା ଆଣିବା ପାଇଁ ଏହି ସ୍ଥାନରେ ୧୯୩୮ ମସିହାରେ ଅନୁଷ୍ଠିତ ହୋଇଥିଲା ଏକ ଚାଷୀ ସମାବେଶ।

ଏହି ଐତିହାସିକ ସମାବେଶ ଠିକ୍ ୭୮ ବର୍ଷ ପରେ ପୁଣି ଥରେ ଚାଷୀ ସମାବେଶ କରୁଛି ନବନିର୍ମାଣ କୃଷକ ସଂଘ। ଚାଷୀ ଏବେ ନିଜ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ, ସମ୍ମାନ ଓ ବାର୍ଦ୍ଧକ୍ୟ ଜନିତ ଭତା ଦାବି କରୁଛି। କିନ୍ତୁ ବର୍ଷ ବର୍ଷ ଧରି ସରକାର ଚାଷିଙ୍କୁ ଅବହେଳା କରିଆସୁଛନ୍ତି । ଏହା ପ୍ରତିବାଦ ଅଧିକ ତୀବ୍ର କରିବାକୁ ଏହି ଚାଷୀ ସମାବେଶ ପ୍ରେରଣା ଦେବ ବୋଲି ଆୟୋଜକ ଆଶା ରଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe