ଓଡ଼ିଶାର ପଖାଳ ମୋ ମନ କିଣିନିଏ । ୧୦୦୦ ବର୍ଷର ସହର କଟକ ଓ ଓଡିଶାର ଖାଦ୍ୟକୁ ଢେର ପସନ୍ଦ କରିଛନ୍ତି ଜିଭେଶୁ ଆଲୁଓ୍ଵାଲିଆ । କଟକ ରାଉଣ୍ଡ ଟେବୁଲ୍ ୧୩୭ ଓ ରାଉଣ୍ଡ ଟେବୁଲ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍ ରିଏଲ ଇଷ୍ଟେଟ୍ ସହଯୋଗରେ ‘କମେଡି ନାଇଟ୍ ଜିଭେଶୁ ଆଲୁଓ୍ଵାଲିଆ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ହାସ୍ୟ ଅଭିନେତା ( ଷ୍ଟାଣ୍ଡ-ଅପ୍ କମେଡିଆନ୍) ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିବା ଜିଭେଶୁ ଆଲୁଓ୍ଵାଲିଆ ଦର୍ଶକଙ୍କୁ ହସି ହସି ବେଦମ କରାଇଥିଲେ ।ଏହି ‘କମେଡି ନାଇଟ୍’ର ମୁଖ୍ୟ ଆକର୍ଷଣ ଥିବା ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜିଭେଶୁ ଆଲୁଓ୍ଵାଲିଆ କମେଡି ଦୁନିଆର ଏକ ପ୍ରତିଷ୍ଠିତ ନାମ।

Advertisment

publive-image

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହାସ୍ୟ ଅଭିନେତା ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିବା ସହ ଏକାଧିକ ଟିଭି ସିରିଏଲରେ ଅଭିନୟ କରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିଛନ୍ତି। ଏକଦା କର୍ପୋରେଟ ଜଗତରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଜିଭେଶୁ ଆଲୁଓ୍ଵାଲିଆ ଆଜକୁ ୧୬ ବର୍ଷ ପୂର୍ବେ ନିଜ କର୍ପୋରେଟ ଚାକିରିକୁ ଛାଡ଼ି ଏହି ପେସାକୁ ଆପଣାଇ ଥିଲେ ଏବଂ ଏହି ପେସା ତାଙ୍କୁ ଦେଇଥିଲା ଅଜସ୍ର ଖ୍ୟାତି ଓ ସମ୍ମାନ। ୟୁଟ୍ୟୁବରେ ତାଙ୍କର  ଭିଡିଓଗୁଡ଼ିକୁ ୨୨ ମିଲିୟନରୁ ଅଧିକ ଦର୍ଶକ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଏହି କାର୍ୟ୍ୟକ୍ରମକୁ ନେଇ କଟକ ରାଉଣ୍ଡ ଟେବୁଲ ୧୩୭ ର କର୍ତୃପକ୍ଷ କହିଛନ୍ତି ଯେ ଏହି କମେଡି ଶୋ ମାଧ୍ୟମରେ ସଂଗୃହିତ ହୋଇଥିବା ୮ରୁ ୯ ଲକ୍ଷ ଟଙ୍କାରେ ଫନି ବାତ୍ୟାରେ ଭାଙ୍ଗିଯାଇଥିବା ସ୍କୁଲ ଗୃହ ନିର୍ମାଣରେ ଖର୍ଚ୍ଚ କରାଯିବ ।