କନକ ବ୍ୟୁରୋ : ବାରବାଟୀ ଷ୍ଟାଡ଼ିୟମ ନିକଟସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ପରିସରରେ ଆୟୋଜିତ ଜୀବନ ଦକ୍ଷତା ଅଧିବେଶନରେ ଜନୈକା ତାମିଲ ଏବଂ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ସେଟ୍ଟିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେ ତେଲୁଗୁ ଜଗତର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ସହିତ ଜଣେ ପ୍ରେରଣାଦାୟୀ ବକ୍ତା ଭାବରେ ସୁପରିଚିତ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ସେ ନିଜ ଜୀବନର ପ୍ରତିଟି ସ୍ତରରେ କରିଥିବା ସଂଘର୍ଷ ଏବଂ ଜୀବନ ଧାରାର ଦକ୍ଷତା ବିଷୟରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନେ ଅଭିନେତ୍ରୀ ମହାଶୟଙ୍କୁ ଅନେକ ପ୍ରଶ୍ନ ପଚାରି ନିଜର ଜୀବନ ଧାରାର କୌଶଳକୁ ଆୟତ୍ତ କରିବା ଶିଖିଥିଲେ ।
ମିସ ସଞ୍ଚିତା ମଧ୍ୟ ପିଲାମାନଙ୍କର ସମସ୍ତ ଅନୁସନ୍ଧିତ୍ସାକୁ ଦୂର କରି ସେମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ପ୍ରଦାନ କରିଥିଲେ । ନିଜର ପ୍ରେରଣା ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କର ମନୋବଳକୁ ଦୃଢ କରିଥିଲେ ଓ ସେମାନଙ୍କୁ ନିଜ କର୍ମପନ୍ଥା ସ୍ଥିର କରିବାକୁ ପଥ ଦେଖାଇଥିଲେ । ବିଦ୍ୟାଳୟର ଏହି ଅଧିବେଶନରେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକଙ୍କ ତତ୍ତ୍ୱାବଧାନରେ ଉକ୍ତ ଅଧିବେଶନର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ମହୋଦୟଙ୍କ ଦ୍ୱାରା ଅଭିନେତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ବିଦ୍ୟାଳୟର ସମସ୍ତ ସଭ୍ୟମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/IMG_1010.jpg)