କନକ ବ୍ୟୁରୋ : ବିହାର ରାଜଧାନୀ ପାଟନାର ଦୀନାପୁର ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ଜିପ୍ ପିପି ପୋଲ ରେଲିଂରେ ପିଟିହୋଇ ଗଙ୍ଗାନଦୀକୁ ଖସିପଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୦ ଜଣ ନିଖୋଜ ଅଛନ୍ତି । କୁହାଯାଉଛି କି ଏହି ଜିପ୍ ରେ ୨୦ ଜଣ ଯାତ୍ରୀ ଥିଲେ ।
ସୂଚନା ମୁତାବକ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ଏକ ଉଠାଣିଆ ରାସ୍ତା ଓ ଏହିଠାରୁ ପିପା ପୋଲ ଆରମ୍ଭ ହୋଇଛି । ଅନ୍ୟ ପଟେ ପୋଲର ନିର୍ମାଣ ଶୈଳୀ ଭୂଲ ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା କଥା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ଖବର ପାଇଁ ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଗଙ୍ଗାନଦୀରୁ ୮ ଟି ଶବ ଉଦ୍ଧାର କରିଛି । ଅନ୍ୟ ଯାତ୍ରୀ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଲାଇଛି ।