ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ଅନ୍ଧାର ଘରେ ଲାପଟପ୍ । ଟପ୍ପରଙ୍କ ଗାଁରେ ନାହିଁ ବିଜୁଳି । ଜେଇଇର ଦୁଇ ଦୁଇଟି ବିଷୟରେ ଟପ୍ପର ହୋଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ସମ୍ବଲପୁର ହରପ୍ରିୟା ସାହୁଙ୍କ ଗାଁରେ କରେଂଟ୍ ନାହିଁ । ଭୁବନେଶ୍ୱର ଡାକି ମୁଖ୍ୟମନ୍ତ୍ରୀ ଯେଉଁଦିନ ଲାପଟପ୍ ଦେଲେ , ସେଦିନ କେବଳ ଖୁସି ହୋଇନଥିଲେ ହରପ୍ରିୟା ବରଂ କେତେ କଣ ସ୍ୱପ୍ନ ଦେଖିଥିଲେ । ଏହାପରେ ଏହି ଗରିବ ମେଧାବୀ ଝିଅକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ଲାପଟପ୍ ଦେଇ କେତେକଣ ପ୍ରଶଂସାକଲେ । ନିମ୍ନ ମଧ୍ୟବିତ ପରିବାର ଝିଅ ଦୁଇ ଦୁଇଟି ଲାପଟପ୍ ନେଇ ଘରକୁ ଫେରିଥିଲେ । ମାତ୍ର ଲାପଟପ୍ ଚାର୍ଜ କରିବାକୁ ଘରେ କରେଂଟ୍ ନାହିଁ ।
ସମ୍ବଲପୁର ଜମାଦାରପାଲି ସ୍ଥିତ ନୂଆପଡା । ହରିପ୍ରିୟାଙ୍କ ସଫଳତା ଏ ଅଖ୍ୟାତ ଗାଁକୁ ଦେଇଛି ନୂଆ ପରିଚୟ । ହେଲେ ମେଧାବୀଙ୍କ ଗାଁ ୧୫ ଦିନ ହେଲା ଅନ୍ଧାର । ହରପ୍ରିୟାଙ୍କୁ ରୋଲ୍ ମଡେଲ୍ କରି ପାଠ ପଢୁଥିବା ପିଲାଙ୍କୁ ଆଶ୍ରା ଏ ଡିବିରି ଆଲୁଅ । ଟ୍ରାନସଫର୍ମର ପୋଡି ଯିବା ପରେ ୫ ଶହ ଟଙ୍କା ଲେଖାଁଏ ଚାନ୍ଦା ନଦେଇ ପାରିବାରୁ ପୂରା ଗାଁରେ ଅନ୍ଧାର ।
ହୁଏତ ହରପ୍ରିୟାଙ୍କ ପାଇଁ ଏ ଗାଁ ଏବେ ଚର୍ଚ୍ଚାରେ । ହେଲେ ରାଜ୍ୟର ଏମିତି ଶହଶହ ଗାଁ ଏବେ ବି ଆଲୁଅ ପାଇଁ ସଂଘର୍ଷ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-14-18h04m40s326.png)