ଘୁଞ୍ଚିବନିି ଜେଇଇ ମେନ ଓ ନିଟ୍ : ବିଜ୍ଞପ୍ତି ପ୍ରକାଶ କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ନିର୍ଦ୍ଧାରିତ ସମୟ ସେପେଟମ୍ବରରେ ହେବ ପରୀକ୍ଷା; ଖୁବଶୀଘ୍ର ରିଲିଜ ହେବ ଆଡ଼ମିଟ କାର୍ଡ଼

ଓଡିଶା ସମେତ ବିଭିନ୍ନ ରାଜ୍ୟ କରିଥିଲେ ଅନୁରୋଧ

650
କନକ ବ୍ୟୁରୋ : ଜେଇଇ ଓ ନିଟ ପରିକ୍ଷା ସ୍ଥଗିତ ରହିବ ନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖରେ ଉକ୍ତ ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ  । ୯୯ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସମାନଙ୍କ ପ୍ରଥମ ପସନ୍ଦ ସହରରେ ପରୀକ୍ଷା ଦେବାପାଇଁ ଅନୁମତି ଦିଆଯାଇଛି । ଜେଇଇ ମେନ ପାଇଁ ଆଡ଼ମିଟ କାର୍ଡ଼ ରିଲିଜ ହୋଇଥିବା ବେଳେ ନିଟ ପରୀକ୍ଷା ପାଇଁ ଖୁବଶୀଘ୍ର ଆଡ଼ମିଟ କାର୍ଡ଼ ରିଲିଜ କରାଯିବ । ଜେଇଇ ମେନ ଓ ନିଟ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । ଏହାର କିଛି ସମୟ ପରେ ଏଭଳି ବିଜ୍ଞପ୍ତି ପ୍ରକାଶ କରିଛି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ।
ସେପ୍ଟମ୍ବର ୧ରୁ ୬ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହେବା ନେଇ ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରିକ୍ଷା କେନ୍ଦ୍ରର ସଂଖ୍ୟା ୫୭୦ରୁ ୬୦୦କୁ ବଢାଇଦିଆଯାଇଛି । ଜେଇଇ ମେନ ବି.ଟେକ୍,ବି.ଇ.ବି. ଆର୍କିଟେକ ତଥା ବି.ପ୍ଲାନିଂ ପାଠ୍ୟକ୍ରମ ଲାଗି କମ୍ପୁଟର ବେସଡ଼ ଟେଷ୍ଟ ସେପ୍ଟମ୍ବର ୧୩ରେ ନିଟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ନିଟ ପରୀକ୍ଷା କେନ୍ଦ୍ର ୨୫ଶହ ୪୬ରୁ ୩୮ଶହ ୪୩କୁ ବୃଦ୍ଧି କରାଯାଇଛି ।