ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ ଗୌତମ ଦାସ 

Advertisment
ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ୯୯ ଦଶମିକ ୯ ସ୍କୋର ସହ ଓଡିଶା ଟପ୍ପର ହେଲେ ଗୌତମ ଦାସ 

କନକ ବ୍ୟୁରୋ :ଜେଇଇ ମେନ୍ର ବିଟେକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏନଟିଏ ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ ଅନୁସାରେ ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯ ଦଶମିକ ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି ।

ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର କରିଛନ୍ତି । ସେମାନେ ହେଲେ ରାଜସ୍ଥାନର ସଙ୍କେତ ଝା, ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ୍‌ ପ୍ରବଳ ଦାସ, ଛତିଶଗଡ଼ର ଗୁରମର୍ତ୍ତି ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟ ଅନନ୍ତ କ୍ରିଷ୍ଣ କିଡାମ୍ବି ।

ବି.ଇ ଏବଂ ବି.ଟେକ୍‌ ଲାଗି ଜାନୁଆରି ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଜେଇଇ ମେନ୍‌ ଲାଗି ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧ୍ବ ଭାଷାରେ ପରୀକ୍ଷା କରାଯାଇଥିଲା। ଫେବ୍ରୁଆରି ସମେତ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷାର ରେଜଲ୍ଟକୁ ଆଧାର କରି ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ରୢାଙ୍କ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe