ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ପାଇଲେ ସ୍ଥାନ ।

166

କନକ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି । ହେଲେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି । ଅନ୍ୱେଶ ୯୯.୯୯ ପ୍ରତିଶତ ସ୍କୋର ରଖିଛନ୍ତି । ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ୍ ୨ ଲକ୍ଷ ୫୦ ହଜାର ୨୮୦ ଜଣ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।