ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍ ୨ ପରୀକ୍ଷା ଆଜିଠାରୁ ଆରମ୍ଭ ! ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

Advertisment
ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍ ୨ ପରୀକ୍ଷା ଆଜିଠାରୁ ଆରମ୍ଭ ! ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

Aaj Tak

ଇଞ୍ଜିନିୟରି˚ ଓ ଆର୍କିଟେକ୍ଟ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍-୨ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଏହା ଚାଲିବ। ପେପର୍-୨(ବିଆର୍କ/ବି ପ୍ଲାନିଂ) ପରୀକ୍ଷା ଆଜି ହୋଇଥିଲା। ପେପର୍-୧(ବିଇ/ ବି ଟେକ୍) ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ପେପର-୧(ମ୍ୟାଥମେଟିକ୍ସ, ଫିଜିକ୍ସ ଓ କେମେଷ୍ଟ୍ରି) ପରୀକ୍ଷା ଏପ୍ରିଲ ୮, ୯, ୧୦ ଓ ୧୨ ତାରିଖରେ ଦୁଇଟି ସିଫ୍ଟ (ସକାଳ ୯ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ଣ ୨ଟା ୩୦ରୁ ୫ଟ ୩୦)ରେ ଅନୁଷ୍ଠିତ ହେବ। ଏଥର ସାରା ଦେଶରୁ ୯ ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପାଇଁ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

publive-image

ଗତ ଜାନୁଆରି ୮ରୁ ୧୨ ମଧ୍ୟରେ ଏହି ପରୀକ୍ଷାର ପ୍ରଥମ ପର୍ୟ୍ୟାୟ ହୋଇଥିଲା। ସେଥିରେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ୟ୍ୟାୟ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ରୢାଙ୍କ ପ୍ରସ୍ତୁତ କରାଯିବ। ତେଣୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ଦେଇଥିଲେ ସେମାନେ ଦ୍ବିତୀୟ ପର୍ୟ୍ୟାୟ ପରୀକ୍ଷାରେ ଭଲ କରିବା ଆଶାରେ ଏଥର ବି ନାମ ପଞ୍ଜୀକରଣ କରିଛନ୍ତି। ଦୁଇଟି ପର୍ୟ୍ୟାୟ ଜେଇଇ ମେନ୍ ମଧ୍ୟରୁ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ୨ ଲକ୍ଷ ୪୦ହଜାର ଛାତ୍ରଛାତ୍ରୀ ଆଇଆଇଟି ଓ ଏନ୍ଆଇଟି ଭଳି ଜାତୀୟସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବା ପାଇଁ ସୁଯୋଗ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe