ଆଜିଠୁ ସାରା ଦେଶରେ ଆରମ୍ଭ ହେଲା ଜେଇଇ ମେନ୍ ପରୀକ୍ଷା । ୬୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଓଡ଼ିଶାରେ ପ୍ରାୟ ୩୮ ହଜାର ପିଲାଙ୍କ ପାଇଁ ୨୬ଟି ପରୀକ୍ଷା କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ ନିୟମ ସହ କରାଯିବ ପରୀକ୍ଷା ।

99

କନକ ବ୍ୟୁରୋ: କୋଭିଡ୍ କଟକଣା ଭିତରେ ଆଜି ଆରମ୍ଭ ହୋଇଛି ଜେଇଇ ମେନ ପରୀକ୍ଷା । ପରୀକ୍ଷାର୍ଥୀମାନେ କୋଭିଡ୍ କଟକଣାକୁ ମାନି ପରୀକ୍ଷା ଦେଇଛନ୍ତି । ପରୀକ୍ଷାର ଦୁଇ ଘଂଟା ପୂର୍ବରୁ ପରୀକ୍ଷା ହଲର ଗେଟ୍ ଖୋଲିଥିଲା । ବାର କୋଡ୍ ଏବଂ ସିସିଟିଭି ଯାଂଚ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ପ୍ରବେଶ କରିଥିଲେ । କଡା ସୁରକ୍ଷା ବଳୟ ଭିତରେ କରୋନା ଗାଇଡଲାଇନ୍ ପାଳନ କରି ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।

ପରୀକ୍ଷାର୍ଥୀଙ୍କ ହଲ୍ ପ୍ରବେଶ ଆଗରୁ ଯାଂଚ ପ୍ରକ୍ରିୟାକୁ ଏଡାଇବା ପାଇଁ ବାରକୋର୍ଟ ଏବଂ ସିସିଟିଭି ବ୍ୟବସ୍ଥା କରାଯାଇଛି । ସ୍ୱଛତା ଓ ସାମାଜିକ ଦୂରତାକୁ ମଧ୍ୟ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଥିଲା । ପରୀକ୍ଷା ହଲ୍ ଠାରୁ ୩୦୦ ମିଟର ଅଂଚଳକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଥିଲା । ପରୀକ୍ଷା ହଲକୁ ପ୍ରବେଶ କରୁଥିବା ପରୀକ୍ଷାର୍ଥୀଙ୍କୁ ମୋ ପରିବାର ସ୍ୱେଛାସେବୀ କୋଭିଡ୍ କିଟ୍ ପ୍ରଦାନ କରାଯାଇଥିଲା ।

ଓଡ଼ିଶାରୁ ଏଥର ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିଛନ୍ତି । ରାଜ୍ୟରେ ମୋଟ୍ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ହୋଇଥିବା ୬ ଟି କେନ୍ଦ୍ରରେ ପ୍ରାୟ ୧୬ ହଜାର ପିଲା ପରୀକ୍ଷା ଦେଇଛନ୍ତି ।