ସ୍ଥଗିତ ରହିଲା ଜେଇଇ-ମେନ ପରୀକ୍ଷା । ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ।

107

କନକ ବ୍ୟୁରୋ: ସ୍ଥଗିତ ହେଲା ଜେଇଇ ମେନ ପରୀକ୍ଷା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଏ ସର୍ମ୍ପକରେ ନୋଟିସ ଜାରି କରିଛି । ଏନଟିଏ କହିଛି ଫେବୃଆରୀ ଓ ମାର୍ଚ୍ଚରେ ଜେଇଇ ମେନ ୨୦୨୧ର ଦୁଇଟି ଅଧିବେଶନ ପରୀକ୍ଷା ହେବାର ଥିଲା । ତେବେ କରୋନାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ମେ ୨୪ରୁ ୨୮ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଟିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି ଶେଷ ସମୟରେ ବାତିଲ କରାଯାଇଛି । ଜେଇଇ ମେନ ୨୦୨୧ ସେସନ ପାଇଁ ପଂଜୀକରଣ ଆରମ୍ଭ ହୋଇନଥିଲା । ଏନଟିଏ ପକ୍ଷରୁ କୁହାଯାଇଛି କି ଉତମ ପ୍ରସ୍ତୁତି ପାଇଁ ପରୀକ୍ଷାର୍ଥୀ ଅଧିକ ସମୟ ପାଇବେ । ଘରେ ଏନଟିଏ ଅଭ୍ୟାସ ଆପ ସହିତ ମକ ଟେଷ୍ଟ ଅଭ୍ୟାସ କରନ୍ତୁ ।