କରୋନା ପାଇଁ ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା

86

କନକ ବ୍ୟୁରୋ : କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ସୂଚାନ ଦିଆଯାଇଛି । ସୂଚନା ମୁତାବକ ପୁଣିଥରେ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ ।

କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହାହସ ଫେବୃଆରୀ ଓ ମାର୍ଚ୍ଚ ମାସରେ ୨ ଟି ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିଲା । ବାକି ପରୀକ୍ଷା ଏପ୍ରିଲ ମାସ ୨୭, ୨୮ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା ।

କହିରଖୁ କି ଦେଶରେ ଏବେ କରୋନା ମହାମାରୀ ସୁନାମୀ ଭଳି ମାଡି ଚାଲିଛି । ଆଜି ଦେଶରେ ୨ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦୦ ରୁ ଅଧିକ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ସରକାର କଟଠକଣାକୁ କଡାକଡି କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ନାଇଟ୍ କର୍ଫ୍ୟୁ, ଆଂଶିକ ଲକଡାଉନ ଭଳି କଟକଣା ଉପରେ ଗୁରୁତ୍ୱାରୋପ କରାଯାଉଛି ।