ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ : ୯୯.୯୫% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌

Advertisment
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ  : ୯୯.୯୫% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌

କନକ ବ୍ୟୁରୋ : ଆଜି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ‘ଜେଇଇ (ମେନ୍‌)-୨୦୨୧ (ମାର୍ଚ ସେସନ୍‌)’ ପ୍ରଥମ ପେପର୍‌ର (ବି.ଇ./ବି.ଟେକ୍‌) ଫଳାଫଳ ପ୍ରକାଶ କରିଛି । ରାଜ୍ୟଓ୍ଵାରି ଟପ୍ପର୍‌ ତାଲିକାରେ ୯୯.୯୫ ପ୍ରତିଶତ ନମ୍ବର ରଖିଥିବା ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌ ହୋଇଛନ୍ତି ।

ଏହାଛଡ଼ା, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର, ରାଜସ୍ଥାନ, ତାମିଲ୍‌ନାଡୁ ଓ ମହାରାଷ୍ଟ୍ରର ୧୩ଜଣ ପରୀକ୍ଷାର୍ଥୀ ୧୦୦% ନମ୍ବର ରଖିଥିବା ଫଳାଫଳ ତାଲିକାରେ ଉଲ୍ଲେଖ କରାଯାଇଛି । ୨୦୨୧ ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତ ‘ବି.ଇ./ବି.ଟେକ୍‌’ ପାଇଁ ହୋଇଥିବା ‘ଜେଇଇ ମେନ୍‌ ପରୀକ୍ଷାର ପରିଚାଳନା କରିଥିଲା ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ)। ବିଦେଶର ୧୨ଟି ସହର ସମେତ ଦେଶର ୩୩୪ଟି ସହରରେ ଏହି ପରୀକ୍ଷା କରାଯାଇଥିଲା।

ପରୀକ୍ଷାର ଅବାଧ ପରିଚାଳନା ଲାଗି ପରୀକ୍ଷା କେନ୍ଦ୍ରମାନଙ୍କରେ ସମୁଦାୟ ୭୦୭ ନିରୀକ୍ଷକ, ୨୬୧ଜଣ ସିଟି-କୋଅର୍ଡିନେଟର୍‌, ୧୯ ଆଞ୍ଚଳିକ କୋଅର୍ଡିନେଟର୍‌, ୬ଜଣ ସ୍ପେସାଲ୍‌ କୋଅର୍ଡିନେଟର୍‌ ଏବଂ ଦୁଇଜଣ ନ୍ୟାସ୍‌ନାଲ୍‌ କୋଅର୍ଡିନେଟର୍‌ ନିଯୁକ୍ତ ହୋଇଥିଲେ।ଦ୍ୱିତୀୟ ଥର ଲାଗି ଏହି ପରୀକ୍ଷା ୧୩ଟି ଭାଷାରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe