ଆଜିଠୁ ସାରା ଦେଶରେ ଜେଇଇ ମେନ ପରୀକ୍ଷା: ୬୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାରେ ପ୍ରାୟ ୩୮ ହଜାର ପିଲାଙ୍କ ପାଇଁ ୨୬ଟି ପରୀକ୍ଷା କେନ୍ଦ୍ର: ସ୍ୱତନ୍ତ୍ର କୋଭିଡ ନିୟମ ସହ କରାଯିବ ପରୀକ୍ଷା

111

କନକ ବ୍ୟୁରୋ: ବାଦ ବିବାଦ ଓ କରୋନା କଟକଣା ଭିତରେ ଆଜିଠୁ ସାରା ଦେଶରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୬ ଯାଏଁ ଏହି ପରୀକ୍ଷା ଚାଲିବ । ସାରଦେଶରେ ୯ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଏଥିପାଇଁ ୬୬୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୨ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୯ରୁ ୧୨ ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ ।

ପରୀକ୍ଷାର ଦୁଇ ଘଂଟା ପୂର୍ବରୁ ଗେଟ୍ ଖୋଲିବ । ଓଡ଼ିଶାରୁ ଏଥର ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିଛନ୍ତି । ରାଜ୍ୟରେ ମୋଟ୍ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ହୋଇଥିବା ୬ଟି କେନ୍ଦ୍ରରେ ପ୍ରାୟ ୧୬ ହଜାର ପିଲା ପରୀକ୍ଷା ଦେବେ । ସେହିପରି ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି ।