ଆଜିଠୁ ଜେଇଇ ମେନ୍ ଅନଲାଇନ୍

19

ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟର ୧୮ଟି କେନ୍ଦ୍ରରେ ଚାଲିଛି ଜେଇଇ ମେନ୍ ଅନ୍ଲାଇନ୍ ପରୀକ୍ଷା । ସର୍ବଭାରତୀୟସ୍ତରରେ ହେଉଥିବା ଏହି ପରୀକ୍ଷା ଦୁଇ ଦିନଧରି ଚାଲିବ । ଏଥିରେ ଓଡିିଶାରୁ ପ୍ରାୟ ୬ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ପରୀକ୍ଷା ଲାଗି ସାରା ଦେଶରେ ୪୫୩ଟି କେନ୍ଦ୍ର ହୋଇଥିବା ବେଳେ ଓଡିଶାର ୯ଟି ସହରରେ ୧୮ଟି ପରୀକ୍ଷା କେନ୍ଦ୍ର ହୋଇଛି । ଭୁବନେଶ୍ୱରରେ ୯ଟି କେନ୍ଦ୍ର ହୋଇଥିବାବେଳେ ବାଲେଶ୍ୱରରେ ୨ଟି ଏବଂ ଅନୁଗୁଳ, ବ୍ରହ୍ମପୁର, କଟକ, ଭବାନୀପାଟଣା, ଜୟପୁର, ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରତିଦିନ ୨ଟି ଲେଖାଏଁ ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସାଢ଼େ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ସାଢ଼େ ୧୨ଟା ଯାଏଁ ଚାଲିଛି । ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ଆରମ୍ଭ ହୋଇଛି ୫ଟା ଯାଏଁ ଚାଲିବ ।