ପାଣିରେ ପଡିଲା ଦେଢକୋଟିର କାମ : ୩ ମାସରେ ଦବିଗଲା ନୂଆ ରାସ୍ତା । ଏସଡିଓ ଓ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

406

କନକ ବ୍ୟୁରୋ : କୋଟିଏ ଅଠାବନ ଲକ୍ଷ ଟଂକାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ତିଆରି ହୋଇଥିଲା ରାସ୍ତା । ୩ ମାସ ବି ଗଲାନି । ରାସ୍ତା ଫାଟି ଆଁ କଲାଣି । ଅନେକ ସ୍ଥାନରେ ବି ଦବି ଗଲାଣି । ସବୁଠୁ ବଡ କଥା ହେଉଛି ଜଳାଶୟ ନିକଟରେ ବିନା କୌଣସି ସୁରକ୍ଷା କାନ୍ଥରେ ରାସ୍ତା ତିଆରି କରିଛି ଠିକାଦାର । ଏହାର ଫଳ ଦେଖିବାକୁ ମିଳିଛି ଏବେ ।

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ବାଲିଆପାଳ ପଂଚାୟତର ଗୁନାପୁର ଗାଁରେ ରାସ୍ତା କାମରେ ଏପରି ଚଂଚକତା ସାମ୍ନାକୁ ଆସିବା ପରେ ତାତିଛନ୍ତି ଗାଁ ଲୋକେ । ନିମ୍ନ ମାନର ରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ, ଏସଡିଓଙ୍କୁ ଘେରିଛନ୍ତି । ଦୁଇ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି ।