କନକ ବ୍ୟୁରୋ : ଦେଶରେ ଥିବା ଆଇଆଇଟି ସମେତ ଆଇଆଇଏମ ଧାନବାଦରେ ନାମ ଲେଖାଇବା ପାଇଁ ଜେଇଇ ଆଡଭାନସଡ୍ ପରୀକ୍ଷାର ଆବେଦନ ତାରିଖ ବୃଦ୍ଧି କରିଛି କେନ୍ଦ୍ର ମାନବ ସଂବଳ ବିଭାଗ । ପୂର୍ବରୁ ଏହି ପରୀକ୍ଷା ପାଇଁ ଆବେଦନ ତାରିଖ ମେ ୩ରୁ ୯ ତାରିଖ ଯାଏଁ ଧାର୍ଯ୍ୟ ହୋଇଥିଲା । ଏବେ ଏହି ଆବେଦନ ତାରିଖକୁ ମେ ୧୪ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ମାନବ ସଂବଳ ମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଓଡିଶାର କିଛି ସ୍ଥାନରେ ବିଜୁଳି ଓ ଇଂଟରନେଟ୍ ସେବା ଠପ୍ ହୋଇ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି । ସେହିପରି ଓଡିଶାରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପରୀକ୍ଷା ନିଟ୍ ମେ ୨୦ ତାରିଖରେ ହେବ ବୋଲି ସ୍ଥିର ହୋଇଥିବା କୁହାଯାଇଛି । ବାତ୍ୟା ପାଇଁ ଗତ ୫ ତାରିଖରେ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ଯାଏଁ ବୃଦ୍ଧି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/JEE.jpg)